ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯନ୍ତ୍ରୀ ରବୀନାରାୟଣ ଲେଙ୍କା ଦୁର୍ବୁତ୍ତଙ୍କ ଆକ୍ରମଣ ରେ ଗୁରୁତର ହୋଇଛନ୍ତି । ଇଞ୍ଜିନିୟର ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାସ ମଲଙ୍କ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟିଜାଇ ପ୍ରବଳ ରକ୍ତ ବାହାରିଥିଲା l ଏହି ସମୟରେ ତାଙ୍କ ଅଫିସ କର୍ମଚାରୀ ମାନେ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି କରାଇ ଥିଲେ l ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ବିଡ଼ିଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡାକ୍ତରଖାନା ଜାଇ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l ତେବେ ଦୁର୍ବୃତ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା l ଯାହା ସୂଚନା ରହିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାର ନାଁ ନଥୁବା ରୁ ସେ ଏହି ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି l ଗତ ଦୁଇଦିନ ପୂର୍ବରୁ ସେ ଯନ୍ତ୍ରୀ ଲେଙ୍କାଙ୍କୁ ଧମକ ଦେଇଥ‌ିବା ବେଳେ ଆଜି ଆକ୍ରମଣ କରିଥିଲା l ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବ୍ଲକ୍ କର୍ମଚାରୀମାନେ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.