ଚିକିଟିରେ ବିଜେଡିର ଦମଦାର କର୍ମୀ ସମ୍ମିଳନୀ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟି ଗୌରଚନ୍ଦ୍ର ମିନି ଷ୍ଟାଡିୟମଠାରେ ଆଜି ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଜେଡି ମୁଖପାତ୍ର ତୁଙ୍ଗନାଥ ପଣ୍ଡା ଓ ଅମୀୟ କୁମାର ମଲ୍ଲିକ, ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଏନ୍ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ,ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଚିକିଟି ବିଜେଡି ସଭାପତି ହେରମ୍ଭ ରେଡ୍ଡୀ, ପାତ୍ରପୁର ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ଓ ଏନଏସି ସଭାପତି ପ୍ରଶାନ୍ତ କୁମାର ସାହୁ ତଥା ଅନ୍ୟାନ୍ୟ ବରିଷ୍ଠ ଅତିଥି ମାନେ ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ବିଜେଡି ଦଳ କିପରି ପୁଣି ନିଜର ସ୍ଥିତି ବଜାୟ ରଖିବ ତାହା ଉପରେ ଉପସ୍ଥିତ ହଜାର ହଜାର ଦଳୀୟ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସାଂସଦ ମାନସ ମଙ୍ଗରାଜ ଓଡ଼ିଶାର ପ୍ରଗତି କିପରି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ଵରେ ଉନ୍ନତିର ଅଗ୍ରଗତିରେ ପ୍ରଥମ ସ୍ଥାନ ରଖିଛି ତାହା ଉଦବୋଧନ ଦେଇଥିଲେ।

ସାଂସଦ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଆଗାମୀ ନିର୍ବାଚନ ପୁଣି ବିଜୁ ଜନତା ଦଳ କ୍ଷମତାକୁ କିପରି ଶାସନଯୁକ୍ତ ହୋଇ ଶକ୍ତିଶାଳୀ ହୋଇପାରିବ ହୋଇ ପାରିବ ତାହା ଉପରେ ଦୃଢ଼ ଭାଷଣରେ ରଖିଥିଲେ। ଦୀର୍ଘ ଶାସନ ରହି ଜନସାଧାରଣଙ୍କଠାରୁ ପ୍ରିୟଭାଜନ ହୋଇପାରିଥିବା ମନ୍ତ୍ରୀ ଉଷା ଦେବୀ ସମସ୍ତଙ୍କଠାରୁ ସମ୍ବର୍ଦ୍ଦନା ପାଇଥିଲେ। ଛତ୍ରପୁର ବିଧାୟକ ସୁବାଷ ବେହେରା ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ୨୦୨୪ ନିର୍ବାଚନରେ ପୁଣି ବିଜେଡି କ୍ଷମତାକୁ ଆସିବ ବୋଲି ମତବ୍ୟକ୍ତ କରିଥିଲେ। ସମସ୍ତ ଅତିଥି ନବୀନ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ବିଜେଡି ପୁଣି କ୍ଷମତାକୁ ଆସିବା ପାଇଁ ଦୃଢ଼ ସଂକଳ୍ପ କରିଥିଲେ।ଅନ୍ୟ ପକ୍ଷରେ ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତ ର ଯୁବନେତା ତଥା ପୂର୍ବତନ ସରପଞ୍ଚଙ୍କ ପୁଅ ଅଶୋକ କୁମାର ଦୋରା ବିଧିବଦ୍ଦ ଭାବେ ବିଜେଡି ରେ ସାମିଲ ହୋଇଥିଲେ।ସାଂସଦ ପ୍ରତିନିଧି ବି କ୍ରିଷ୍ଣାମୂର୍ତ୍ତି କାର୍ଯ୍ୟକୁ ପରିଚାଳନା କରିଥିବାବେଳେ ଅଞ୍ଚଳର ବହୁ ବରିଷ୍ଠ ନେତା ଓ ଯୁବପିଢ଼ିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.