ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ
ଵିଜୟ ଲଷ୍ମୀ


ଫୁଲବାଣୀ : ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ବିଜୟ ଲଷ୍ମୀ ଭୋଇ। ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଅଛି l ୯୦ଟି ପଦଵୀ ପାଈଁ ପରୀକ୍ଷା କରାଯାଇଥିଲା l ସେଥିମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇ ୧୩/୦୭/୨୩ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଠାରୁ ଲୋକସଭା ଭବନର କନଭେନସନ ହଲ ଠାରେ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଓକିଲ ସଂଘ

ଫୁଲବାଣୀର କାର୍ଯ୍ୟରତ ଥିବା(ଅସୀମ ପ୍ରହରାଜ ଅଫିସ ଆସିଷ୍ଟାଣ୍ଟ ) ସୁଶ୍ରୀ ବିଜୟ ଲଷ୍ମୀ ଭୋଇ କୃତକାର୍ଯ୍ୟ ହୋଇଛନ୍ତି l ଏନେଇ ଓକିଲ ସଙ୍ଘ ପକ୍ଷରୁ ସଭାପତି ଭଗବାନ ମହାନ୍ତି,ଉପସଭାପତି ବିଣାପାଣୀ ପ୍ରଧାନ ଓ ସମ୍ପାଦକ କମଳ କୁମାର ବେହେରାଙ୍କ ସମେତ ସମସ୍ତ ଆଇନଜିବୀ ତାଙ୍କର କୃତୀରେ ଶୁଭେଚ୍ଛା ଜଣାଇଛନ୍ତି l ଗତକାଲି ସରକାରୀ ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ଏବଂ ତାଙ୍କ ଅଫିସର ସହକାରୀ ଆଇନଜୀବୀ ଦୁର୍ଗା ଶଙ୍କର ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ନାୟକ,ସାଇ ଚନ୍ଦନ ସାହୁ ପ୍ରମୁଖ କୃତଜ୍ଞତା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି l

nis-ad
Leave A Reply

Your email address will not be published.