ପୋଲସରାରେ ଗୁଳିକାଣ୍ଡ : ବାପା ମୃତ ଝିଅ ଆହତ

ବ୍ରହ୍ମପୁର (୧୨/୭) : ପୋଲସରା ବ୍ଲକ ଛକରେ ଗୁଳିମାଡ ବାପା ମୃତ ହୋଇଥିବା ବେଳେ ଝିଅ ମଧ୍ୟ ଆହତ ହୋଇଛନ୍ତି।ମୃତକ ଜଣକ ହେଲେ ଖଲ୍ଲିକୋଟ ଥାନାର ବିଜୟ କୁମାର ବେହେରାବବୋଲି ଜଣାପଡିଛି । ବିଜୟ ଙ୍କ ଝିଅ ପୋଲସରା ରେ ରୁହନ୍ତି । ଝିଅ ଗାୟତ୍ରୀ ବେହେରାଙ୍କ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର ରେ ବିବାଦ ଲାଗିରହିଥିଲା ।

ବିବାଦ ସମାଧାନ କରିବାକୁ ବିଜୟ କୁମାର ବେହେରା ଆସିଥିଲେ।ଝିଅ ର ନଣଦେଇ ପ୍ରଶାନ୍ତ କୁମାର ବେହେରା ଆଗରୁ ପୂର୍ବ ପ୍ରସ୍ତୁତି କରି ବନ୍ଧୁକ ରୁ ଗୁଳି ଚଲାଇ ଥିଲା ବିଜୟ ଙ୍କୁ ପୋଲସରା ଚିକିତ୍ସାଳୟ କୁ ନିଆ ଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପାଖରେ ଥିବା ଝିଅ ଗାୟତ୍ରୀ ବେହେରାଙ୍କ ହାତରେ ଆଘାତ ଲାଗିଛି।ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁଳିମାଡ କରି ଫେରାର ହେଉଥିବା ବ୍ୟକ୍ତି କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି।

nis-ad
Leave A Reply

Your email address will not be published.