ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଦିବାସୀ ଙ୍କୁ ବିହନ ବଣ୍ଟନ

ପାତ୍ରପୁର : ଭୁବନେଶ୍ଵରର ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପାତ୍ରପୁର ବ୍ଲକ ତୁମ୍ବ। ପଞ୍ଚାୟତ ର ବିଭିନ୍ନ ଗ୍ରାମର ଆଦିବାସୀ ମାନଙ୍କୁ ମାଗଣାରେ ବିହନ ବଣ୍ଟନ କରାଯାଇଥିଲା। ଭୁବନେଶ୍ବର ର “ଡେଭଲୋପମେଣ୍ଟ ସପୋର୍ଟ ଟ୍ରଷ୍ଟ”‘, ନାମକ ସ୍ୱେଚ୍ଛାସେବୀ ସଂଗଠନ ଆଦିବାସୀ ଓ ଅନୁନ୍ନତ ଲୋକ ମାନଙ୍କ ବିକାଶ ଧାରାକୁ କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରିଥାଏ। ମଙ୍ଗଳବାର ଅନୁଷ୍ଠାନର ଟ୍ରଷ୍ଟି ବିଦ୍ୟାଭୂଷଣ ମହାନ୍ତି, ପ୍ରକଳ୍ପ ସଂଯୋଜିକା ରୁଚିକା ପାଢୀ ପ୍ରମୁଖ ତୁମ୍ବ। ପଞ୍ଚାୟତ ର ସରଧାପୁର ,ହରିଡ଼ା ପାତୁ,ନାକଦଣ୍ଡିଆ ଓ କଷିଖୋଲ ଗ୍ରାମର ପ୍ରାୟ 100 ରୁ ଉର୍ଦ୍ଧ ପରିବାର କୁ ଜହ୍ନି, କଲରା, କଣ୍ଟିଆଳି, ମକା, ବାଇଗଣ, ଟମାଟ, ଭେଣ୍ଡି ଆଦି ବିଭିନ୍ନ କିସମର ବିହନ ମାଗଣାରେ ବଣ୍ଟନ କରିବା ସହିତ ନିଜେ ଅମଳ କରି ନିଜେ ଖାଇବା ଓ ଦରଦାମ ବୃଦ୍ଧି ରୁ ରକ୍ଷା ପାଇ ପାରିବା ବୋଲି ପରାମର୍ଶ ଦେଇଥିଲେ। ଓପିଲିପି ଅନୁଷ୍ଠାନର କନିଷ୍ଠ ଯନ୍ତ୍ରୀ ଆରତୀ ପଣ୍ଡା,କୃଷି କର୍ମଚାରୀ ସୋନାଲି ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ବିହନ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.