ବାଲି ମାଫିଆ ଙ୍କ କଳା କାରନାମା : କୁକୁଡ଼ାଖଣ୍ଡି ଲେଡିସିଙ୍ଘମ ତହସିଲଦାରଙ୍କ ଗାଡ଼ିରେ ଚିପ୍ସ ଲଗାଇବା ଘଟଣା ନେଇ ଥାନା ରେ ମାମଲା…


ବ୍ରହ୍ମପୁର:୧୨-୭- ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ଘାଟରୁ ଦୈନିକ ଶହ ଶହ ଟ୍ରକ ବାଲି ଚୋରାରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେବା ସହ ରାଜ୍ୟ ବାହାରକୁ ମଧ୍ୟ ଦିନ ଦ୍ୱିପ୍ରହରେ ଅବାଧ ରେ ଚାଲାଣହେଉଛି।କା ଭାଁଆ କେତେବେଳେ ରାଜସ୍ୱ ବିଭଗ ତ କେତେବେଳେ ପୋଲିସ କର୍ମଚରୀ ମାନେ ଧରପଗଡ କରନ୍ତି।ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ କେତେକ ଅସାଧୁ କର୍ମଚାରୀ ମାନଙ୍କୁ ହାତ କରି ଏହି ଚୋରା ଚାଲାଣ କରନ୍ତି।ହେଲେ କୁକୁଡ଼ା ଖଣ୍ଡି ତହସିଲଦାର ତଥା ଲେଡି ସିଙ୍ଘମ କଲ୍ୟାଣି ସଂଘମିତ୍ରା ଯେବେଠାରୁ ଦାୟିତ୍ୱ ନେଇଛନ୍ତି ସେହିଦିନରୁ ବାଲିମାଫିଆମାନଙ୍କ ନିଦ ହଜି ଯାଇଛି।କେତେବେଳେ ଦିନର କେତେବେଳେ ରାତ୍ର ରେ ଅଚାନକ ଅତର୍କିତ ଚଢ଼ାଉ କରି ଅବାଧରେ ବାଲି ଚାଲାଣ ହେଉଥିବା ଯାନବାହନ କୁ ଜବତ କରି ଜୋରିମାନା ଆଦାୟ କରି ବାଲିମାଫିଆ ମାନଙ୍କ ନିଦ ହଜାଇ ଦେଇଥିବା ଯୋଗୁଁ ସ୍ଥାନୀୟ ଲୋକେ କହୁଛନ୍ତି। “ଏକ ନାରୀ ସବକେ ଲିୟେ ଭାରି” ବୋଲି କୁହନ୍ତି।କୁକୁଡା ଖଣ୍ଡି ତହସିଲଦାର କୁ ବାଲି ମାଫିଆ ମାନେ “ସାଇଲେନ୍ସ-ପ୍ଲିଜ “କରିବାକୁ ବିଫଳ ହେବା ପରେ ଆକ୍ରମଣ କରିବାକୁ ଚେଷ୍ଟା କରି ଫେଲ ହେବା ପରେ ଶେଷରେ ତାଙ୍କର ଡ୍ରାଇଭେର କୁ ହାତକରି ୫ ଲକ୍ଷ ଟଙ୍କା ଦେବାକୁ ଲୋଭ ଦେଖାଇ ତହସିଲଦାର ଙ୍କ ଗାଡ଼ିରେ ଏକ ଚିପ୍ସ ଲଗାଇବାକୁ ପ୍ରବର୍ତ୍ତାଇଥିଲେ ହେଲେ ଡ୍ରାଇଭର ପ୍ରଲୋଭିତ ନହୋଇ ଏହି ଘଟଣା ତହସିଲଦାରଙ୍କୁ ଜଣାଇଦେବ ପରେ ଏ ନେଇ ବ୍ରହ୍ମପୁର ସଦର ଥାନା ରେ ତହସିଲଦାର କଲ୍ୟାଣି ସଂଘମିତ୍ରା ଏତଲା ଦେଇଛନ୍ତି। ସଦର ଥାନା କେଶ ନମ୍ବର ୩୪୧ /23 ଏକ ମାମଲା ରୁଜୁ କରାଯାଇଛି।ବର୍ତ୍ତମାନ ତାସିଲଦର ଓ ତାଙ୍କ ଡ୍ରାଇଭ ର ଜୀବନ ପ୍ରତି ବିପଦ ଥିବା ଜଣାପଡିଛି।ପ୍ରକାଶ ଥାଉକି ନିସର୍ତ୍ତ ରେ ଆସ୍କା, ହିଞ୍ଜଳି ଓ ଅନ୍ୟ ତହସିଲ ଅଞ୍ଚଳ ରେ ବାଲିମାଫିଆ ମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ଆର ଫାର୍ମ ରେ ମ୍ୟାଜିକ ପେନ ବ୍ୟବହାର କରି ଚୋରା ରେ କିପରି ବାଲି ଚାଲାଣ କରୁଛନ୍ତି ଖବର ପ୍ରକାଶ ପାଇଥିଲା। ଏବଂ ବାଲି ଘାଟ ରେ ସି ସି କେମେରା ଲଗାଇବା ପାଇଁ ଜିଲ୍ଲାପାଳ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ବାଲି ବ୍ୟବସାୟ ରେ ମୁଠା ମୁଠା ଟଙ୍କା ମିଳୁଥିବା ଯୋଗୁଁ ଅପରାଧତତ୍ୱ ମାନେ ଏହି ଵ୍ୟଵସାୟକୁ ଆପଣାଉଥିବାର ଲକ୍ଷ କରାଯାଉଛି।ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଲେ ଚୋରା ବାଲି ଚାଲାଣ ରୋକାଯାଇ ପାରିବ ସରକାରଙ୍କ ରାଜସ୍ୱ ବଢ଼ିବ ବୋଲି ସାଧରଣ ରେ ଦାବୀ ହେଉଛି। ବ୍ରହ୍ମପୁର ସଦର ଥାନା ଅଧିକାରୀ ଉକ୍ତ ଘଟଣା କୁ ଗଭୀରତା ସହିତ ନେଇ ତନା ଘନା ଆରମ୍ଭ କରି ଦେଇଛନ୍ତି, ଏତଲା କୁ ଭିତ୍ତି କରି ଅନୁସନ୍ଧାନ କରି ଅତି ଶୀଘ୍ର ଅପରାଧୀ ମାନଙ୍କୁ ଗିରଫ କରିବା ସହିତ କୁକୁଡାଖଣ୍ଡି ତହସିଲଦାର ଏବଂ ତାଙ୍କ ଡ୍ରାଇଭର ଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି କହି ଛନ୍ତି l କୁକୁଡାଖଣ୍ଡି ତହସିଲଦାର ଏହି ଘଟଣା କୁ ନେଇ ଓଡିଶା ରାଜସ୍ବ ବିଭାଗ ଓ ସ୍ଥାନୀୟ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ଥିବା ସୂଚନା ମିଳିଛି l ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏହି ପରି ଦକ୍ଷ ଓ ସୋଚ୍ଚଟ ଅଫିସର ଙ୍କୁ ସୁରକ୍ଷା ଦେବା ସହିତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରନ୍ତୁ ବୋଲି ବୁଦ୍ଧିଜୀବି ଓ ସାଧାରଣ ରେ ଦାବି ହେଉଛି

nis-ad
Leave A Reply

Your email address will not be published.