ରାଜ୍ୟ ବାର କାଉନସିଲ ନିର୍ବାଚନରେ ପୀତବାସ ପଣ୍ଡା ହେଲେ ପ୍ରଥମ

ବ୍ରହ୍ମପୁର : ଚଳିତ ରାଜ୍ୟ ବାର କାଉନସିଲ ନିର୍ବାଚନରେ ବ୍ରହ୍ମପୁର ର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ସର୍ବାଧିକ ଭୋଟ ପାଇଁ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ପ୍ରତି ପାଞ୍ଚ ବର୍ଷକୁ ଥରେ ହେଉଥିବା ଏହି ନିର୍ବାଚନ ଏଥର ଦଶ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇ ଥିଲା l ସମଗ୍ର ରାଜ୍ୟରେ ଏହି ନିର୍ବାଚନରେ 96 ଜଣ ଓକିଲ ପ୍ରତିଦ୍ବନ୍ଦୀତା କରୁଥିଲେ l ଗଞ୍ଜାମ ଜିଲ୍ଲାରୁ ଛଅ ଜଣ ମଧ୍ୟରୁ ବ୍ରହ୍ମପୁରରୁ ପାଞ୍ଚ ଜଣ ପ୍ରତିଦ୍ବନ୍ଦୀ ଥିଲେ l ଏହି ନିର୍ବାଚନରେ ସର୍ବାଧିକ ଭୋଟ ପାଇବା ପରେ ଶ୍ରୀ ପଣ୍ଡା ଏକ ବିବୃତିରେ କହିଛନ୍ତି ଏହି ସଫଳତା ପଛରେ ଓକିଲ ତଥା ଜିଲ୍ଲାବାସୀଙ୍କ ସାହାଯ୍ୟ, ସହଯୋଗ ଓ ଆଶୀର୍ବାଦ ହିଁ କାମ କରିଛି l ଓକିଲ ଙ୍କ କୌଣସି ଦଳ ନାହିଁ, କିନ୍ତୁ କିଛି ମୁଷ୍ଟିମେୟ ବ୍ୟକ୍ତି ଯେଉଁପରି ଏହାକୁ ଦଳୀୟ ପ୍ରଚାର ଓ ପ୍ରସାର କଲେ ତାକୁ ଓକିଲ ସମାଜ ଠିକ ଜବାବ ଦେଇଛନ୍ତି l ଏହା ସହ ଶ୍ରୀ ପଣ୍ଡା କହିଛନ୍ତି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ପ୍ରଥମ ହେବା ନିଶ୍ଚିତ ଭାବରେ ଏହା ଆମ ଜିଲ୍ଲା ପାଇଁ ଓ ମୋ ବ୍ରହ୍ମପୁର ପାଇଁ ଗୌରବର କଥା l

nis-ad
Leave A Reply

Your email address will not be published.