ପୋଲିସ ଚାକିରୀ ନାମରେ ଠକେଇ

ହିଞ୍ଜିଳିକାଟୁ : ପୋଲିସ ଚାକିରୀ କରାଇଦେବା ମୋହ ଦେଖାଇ ୧୩ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ହିଂଜିଳି ଥାନା ସିଙ୍ଗିପୁର ଗ୍ରାମର ବଳରାମ ସାହୁ ଏଥି ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, ବଳରାମଙ୍କ ପୁତୁରାଙ୍କୁ ପୋଲିସ ଚାକିରୀ କରାଇ ଦେବାକୁ ଲୋକ ଦେଖାଇ ତାଙ୍କର ଜଣେ ସମ୍ପର୍କୀୟ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମର ପ୍ରଦୀପ୍ତ କୁମାର ବିଶ୍ୱାଳ ୨କିସ୍ତିରେ ୧୨ଲକ୍ଷ ୩୦ହଜାର ଟଙ୍କା ୨୦୨୦ମସିହା ଠାରୁ ନେଇ ଯାଇଛନ୍ତି । ତେବେ ଚାକିରୀ ଦେବା ଦୂରରେ ଥାଉ ଗତବର୍ଷ ନଭେମ୍ବର ଠାରୁ ତାଙ୍କର ମୋବାଇଲ ବନ୍ଦ କରିଥିବା ସହ ତାଙ୍କର କିଛି ଖୋଜ ଖବର ନାହିଁ । ଏଥି ନେଇ ବଳରାମଙ୍କ ଅଭିଯୋଗ ପ୍ରକାରେ ଥାନାରେ ନଂ- ୪୮୩/୨୩ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ପ୍ରକାଶ । ଅନ୍ୟ ପକ୍ଷରେ କବିସୂର୍ଯ୍ୟନଗର ପୋଲିସ ଥାନାରେ ମଧ୍ୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ଓ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରକାଶ । ଏହି ମାମଲାରେ ହିଂଜିଳି ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଳି ପୋଲିସ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.