୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅମିନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ  । ନାଁ ତାଙ୍କର  ମାନସ ରଞ୍ଜନ ଦାସ।  ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର ୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଥିଲା ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ,   ଜଣେ ବ୍ୟକ୍ତି  ଜମିଜମା ସଂକ୍ରାନ୍ତୀୟ ରେକର୍ଡର ନକଲ କପି ପାଇଁ ଅମିନ ମାନସ ରଞ୍ଜନ ଦାସଙ୍କ ନିକଟକୁ ଯାଇଥିଲେ। ହେଲେ ଏହି କାଗଜପତ୍ର ଦେବାପାଇଁ  ମାନସ ତାଙ୍କୁ ଲାଞ୍ଚ ମାଗିଥିଲେ ।   ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଜଣାଇଥିଲେ।

ପୂର୍ବ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଆଜି  ଅମିନ ମାନସ ରଞ୍ଜନ ଦାସଙ୍କୁ ୬ ,୩୦୦ ଟଙ୍କା ଦେଇଥିଲେ। ଏହି ଟଙ୍କା ମାନସ ଧରିବା  ବେଳେ କାବୁ କରି ନେଇଥିଲା ଭିଜିଲାନ୍ସ ଟିମ୍  । ଏଥିସହିତ ତାଙ୍କୁ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଥିଲା ।

ଲାଞ୍ଚ ଟଙ୍କା ସହ ମାନସଙ୍କୁ ଧରିବା ପରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନୋଟି ଠିକଣାରେ ଚଢ଼ାଉ କରାଯାଇଛି।

nis-ad
Leave A Reply

Your email address will not be published.