ପ୍ରୋତ୍ସାହନ ଅଭାବରୁ କମୁଛି ଶିଆଳି ପତ୍ର ଖଲିର ଚାହିଦା

ମାଲକାନଗିରି : ବନ ଜଙ୍ଗଲରେ ଘେରା ମାଲକାନଗିରି ରେ ପ୍ରକୃତି ଦତ୍ତ ସମସ୍ତ ପ୍ରକାର ଖାଦ୍ୟ ପ୍ରଦାର୍ଥ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ସାମଗ୍ରୀ ମହଜୁଦ ରହିଥିବା ବେଳେ ତାହା ମନୁଷ୍ୟ ଜୀବନର ସର୍ବ ନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ। ଯାହା ଜନ୍ମଠାରୁ ମୃତ୍ୟ ପଯ୍ୟନ୍ତ ମନୁଷ୍ୟର କାମରେ ଆସିଥାଏ। ଯୁଗ ବଦଳିବା ସହ ମନୁଷ୍ୟ ନିଜ ହାତ ପାହାନ୍ତା ଜିନିଷ ଛାଡି ରଙ୍ଗିନ ଦୁନିଆରେ ଘୁରି ବୁଲୁଥାଏ। ଦିନକୁ ଦିନ ଖାଦ୍ୟପେୟ ବଦଳିବା ସହ ପ୍ରାକୃତିକ ଖାଦ୍ୟ ବଦଳରେ କୁତ୍ରିମ ଖାଦ୍ୟ ଖାଇ ବିଭିନ୍ନ ରୋଗ ବୈରାଗ ର ଶିକାର ହୋଇଥିବା ବେଳେ। ପୂର୍ବରୁ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ପତ୍ର ତିଆରି ଖଲିରେ ଖାଉଥିଲେ।ଦିନକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ସହ କମି ଗଲାଣି ଖାଲିପତ୍ରର ଚାହିଦା। ଅଗଭଳି ହୋଟେଲ,ବିବାହ, ପର୍ବ ପର୍ବାଣୀ ଓ ବଜାରରେ ଦେଖଗିବାକୁ ମିଳୁନି ପତ୍ର ତିଆରି ଖଲି। ତାହାର ପ୍ରତି ବଦଳରେ ବଜାରରେ ବିକ୍ରି ହେଉଛି ଥର୍ମକୋଲ,ଜରି ଓ କାଗଜ ମିଶ୍ରିତ ଖଲିପ୍ଲେଟ ।ଯେଉଁଥିରେ କି ବିଭିନ୍ନ ରାସାୟନିକ ପଦାର୍ଥର ମିଶ୍ରଣ ହେଉଥିବାରୁ ତାହା ଖାଇବା ସମୟରେ ଖାଦ୍ୟ ସହ ମିଶି ମନୁଷ୍ୟ ଶରିରକୁ ପ୍ରବେଶ କରି କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଥାନ୍ତି। ଆଦ୍ର ଉଷ୍ଣ ଜଳବାୟୁରେ ବଢୁଥିବା ଶିଆଳି ପତ୍ର ପ୍ରକୃତିର ବରଦାନ କହିଲେ କମ ହେବନାହିଁ।ମାଲକାନଗିରିର ସମସ୍ତ ଅଂଚଳରେ ଏହି ଲତା ଦେଖାଯାଉଥିବା ଖୁବ କମ ଲୋକ ଏହାର ବିନିଯୋଗ କରି ରୋଜଗାରର ପନ୍ଥା ଅପଣାଇଥାନ୍ତି।
ଏହି ଭଳି ଏକ ଘଟଣା ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କଣ୍ଡେଲ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର କିଛି ମହିଳା ସୁନ୍ଦର ଭାବେ ଖଲି ଗୁଡ଼ିକ ସେଲେଇ କରି ସାଇତି ରଖୁଥିବା ବେଳେ ସେହି ଗ୍ରାମ ଦେଇ ଯାଉଥିବା କିଛି ସାମ୍ବାଦିକଙ୍କ ଦୃଷ୍ଟି ଗୋଚର ହୋଇଥିଲା। କୌତୁହଳ ବସତ ସେମାନେ ସେଠାରେ ପହଁଚି ଗ୍ରାମର ଲୋକଙ୍କ ସହ ବାର୍ତାଆଳାପ ସମୟରେ ଏହା ରୋଜଗାର ପାଇଁ ନା ନିଜର ବ୍ୟବହାର ପାଇଁ ଏହି ଖଲି ପତ୍ର ସିଲେଇ କରୁଛନ୍ତି ସେହି ବାବଦରେ ପଚାରି ବୁଝିଥିଲେ ତାହାର ପ୍ରତିଉତ୍ତର ରେ ସେମାନେ ହତାଶା ଭରା କଣ୍ଠରେ କହିଥିଲେ ଯେ ବର୍ତ୍ତମାନ ବଜାରରେ ଏହାର ଚାହିଦା ନାହିଁ କି କେଉଁ ବ୍ୟବସାୟୀ ଏହାକୁ ବିକ୍ରିକରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ଆମର ଗାଁରେ ବିବାହ କିମ୍ବା ଶୁଦ୍ଧିକ୍ରିୟା ରେ ଆମେ ବ୍ୟବହାର କରିଥାଉ । ଖଲି ତିଆରିରେ ବ୍ୟସ୍ତ ମହିଳାଙ୍କ କହିବା ଅନୁସାରେ ଗ୍ରାମର ଜଙ୍ଗଳରେ ଏହି ଲତା ବହୁଳ ପରିମାଣ ରେ ରହିଛି ବ୍ୟବସାୟୀ କରଣ କରାଗଲେ ଆମ ପାଇଁ ରୋଜଗାର ର ମାଧ୍ୟମ ପାଲଟିଥାନ୍ତା । ସରକାର ଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆତ୍ମନିର୍ଭରଶୀଳ ଯୋଜନା ମାଧ୍ୟମରେ ବିଭିନ୍ନ ତାଲିମ ସହ ଯାନ୍ତିକ,ନିର୍ମାଣ ସାମଗ୍ରୀ ପ୍ରଦାକରା ଯାଉଥିବା ବେଳେ ଏହି ଗ୍ରାମର ମହିଳାଙ୍କୁ ଖଲି ସିଲେଇ ବାବଦରେ ତାଲିମ ପ୍ରଦାନ ସହ ଋଣ ପ୍ରଦାନ କରାଗଲେ ଆଗାମୀ ଦିନରେ ସେମାନେ ଏହି ଖଳିପତ୍ର ବ୍ୟବସାୟ ରୁ ବେଶ ଦୁଇ ପଇସା ରୋଜଗାର କରିପାରିବେ ଆଶାକରିଛନ୍ତି । ଜିଲ୍ଲା ପ୍ରସାଶନ ଏହି ଖଲି କାରିଗର ଙ୍କୁ ସହାୟତା ପ୍ରଦାନ କରି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ସହ ଜିଲ୍ଲାକୁ ପଲିଥିନ ମୁକ୍ତ କରିବା ଏହା ସହାୟକ ହୋଇପାରିବ ।

nis-ad
Leave A Reply

Your email address will not be published.