ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ

ନିଃସର୍ତ୍ତ ଅଫିସ : ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର CBI ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍‌ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ ସିଗନାଲ ଆଣ୍ଡ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ ।

କମିଶନର ଅଫ ରେଲୱେ ସେଫ୍‌ଟିଙ୍କ ତଦନ୍ତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ଏପଟେ ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ୩ ରେଳବାଇ ଅଧିକାରୀଙ୍କୁ ମାରାଥନ ଜେରା କରୁଛନ୍ତି ସିବିଆଇ ଟିମ । ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ଷ୍ଟେସନ ମାଷ୍ଟର ସେମାନଙ୍କୁ ଅବଗତ କରାଇଥିଲେ କରମଣ୍ଡଳ ଟ୍ରେନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା । ବାହାନଗା ଟ୍ରେନ ଦୁର୍ଘଟଣା ନେଇ କମିଶନର ଅଫ୍‌ ରେଲେଓ୍ଵ ସେଫ୍ଟିଙ୍କ ତଦନ୍ତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ବାହାନଗା ଲେଭଲ କ୍ରସିଂ ଠାରେ ସିଗନାଲିଂ ୱାର୍କ ଓ ଇଲେକ୍‌ଟ୍ରିକ୍‌ ଲିଫ୍‌ଟିଂ ବାରିଅର ପରିବର୍ତ୍ତନ ବେଳେ ତ୍ରୁଟି ରହିଥିଲା।

ଏଣୁ ଟ୍ରାକ୍‌ରେ ତ୍ରୁଟି କିମ୍ବା ରୋଲିଂ ଷ୍ଟକ୍‌ ପାଇଁ ଦୁର୍ଘଟଣା ହୋଇନଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଟ୍ରାକ୍‌ ସେଟ ପାଇଁ ଷ୍ଟେସନ ମାଷ୍ଟର ସ୍ୱିଚ୍‌ ଅନ କରିବା ପରେ ସିଗ୍‌ନାଲ ପରିବର୍ତ୍ତନ ପାଇଁ ୧୪ ସେକେଣ୍ଡ ସମୟ ନେଇଥାଏ। କିନ୍ତୁ ସିଗ୍‌ନାଲ ହଠାତ ପରିବର୍ତ୍ତନ ହେଉଥିଲା। ଯାହା ଅସ୍ୱାଭାବିକ ବୋଲି ସିଏସଆର ରିପୋର୍ଟରେ ଉଲ୍ଲେଖ ରହିଛି।

nis-ad
Leave A Reply

Your email address will not be published.