ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ

ଫୁଲବାଣୀ : ଆଜି ବିଶ୍ୱ ତାପନ ଏତେ ମାତ୍ରାରେ ଆମ ପରିବେଶକୁ ପ୍ରଭାବିତ କରିଛି ଯେ ଆଉ କିଛି ବର୍ଷ ପରେ ଅସ୍ୱାବାଭିକ ଜଳବାୟୁ ସହ ଜୀବନ ବଂଚିବା ପାଇଁ ଅସମ୍ଭବ ହୋଇ ପଡିବ | ବ୍ୟାପକ ପରିମାଣର ବୃକ୍ଷ ଛେଦନ ତାର ପ୍ରଥମ କାରଣ ହୋଇଥିବାରୁ ଏବେ ସମୟ ଆସିଛି ସମସ୍ତେ ବହୁ ପରିମାଣରେ ସବୁଜ ବଳୟ ସୃଷ୍ଟି କରିବା l ଏହି ବକ୍ତବ୍ୟ ପ୍ରଦାନ ସହ ବିଦ୍ୟାଳୟ ପରିସରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର, ତୁମୁଡିବନ୍ଧର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ବୃକ୍ଷ ରୋପଣ କରିଥିଲେ l ସ୍ଥାନୀୟ ସମ୍ବାଦ ସାହିତ୍ୟ ଘର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର କର୍ମକର୍ତ୍ତା ମାନେ ମିଳିତ ହୋଇ ଗଛ ଲଗାଇବା ସହ ବିଭିନ୍ନ ସ୍ଥାନରେ କିପରି ଅଧିକରୁ ଅଧିକ ଗଛ ଲଗାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ l କେବଳ ଗଛ ଲଗାଇଲେ ହେବନି, ତାର ଯତ୍ନ ମଧ୍ୟ ନେବା ଉଚିତ ବୋଲି ଶ୍ରୀ ଧଳ କହିଥିଲେ l ଏହି କାର୍ଯ୍ୟକ୍ରମକୁ ସସ୍ମିତା ପଣ୍ଡା, ଜ୍ୟୋତ୍ସ୍ନାମୟୀ କାହଁର, ବନଜା ସାଥୁଆ, କେତକୀ ନାୟକ, ରାନୁବାଳା ଖଣ୍ଡୁଆଳ, ସ୍ନେହାରାଣୀ ଲେଙ୍କା, ଯଶୋଦା ପାତ୍ର, ସୁନେଲି ନାୟକ ପରେଶ ନାୟକ ସମେତ ପରିଚାଳନା ସମିତିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.