ଡିଏଲଏସ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜଙ୍କ ଅଦାଲତରେ ନାଲସା ଏବଂ ଏନ୍.ଆଇ. ଆକ୍ଟ କେସ୍ ଦ୍ୱାରା ନିର୍ଦ୍ଦିଷ୍ଟ ମାମଲାର ଫଏସଲା ପାଇଁ ଆଜି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଅଦାଲତରେ ବିଚାରାଧୀନ ମାମଲା ମଧ୍ୟରୁ ୧୦ ଗୋଟି ପାରିବାରିକ କଳହ ମାମଲାର ବିଚାର କରାଯାଇ ୧ଲକ୍ଷ ୬୨ ହଜାର ଟଙ୍କା ଆଦାୟ କରାଯାଇଥିବାବେଳେ ୧୦୦ ଗୋଟି ରାଜ ମାମଲାର ବିଚାର କରାଯାଇ ୪ ହଜାର ୬୮ ଟଙ୍କା ଆଦାୟ କରାଯାଇଛି ।

ସେହିପରି, ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଗୁଡ଼ିକ ଯାହାକି କୌଣସି ଅଦ୍ଧ-ନ୍ୟାୟିକ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ରହି ରାଜ୍ୟ/ଜିଲ୍ଲା|ତାଲୁକ କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାପିତ କରାଯାଇଛି ସେଗୁଡ଼ିକ ମଧ୍ୟରୁ ୨୭ଟି ମାମଲାର ବିଚାର କରାଯାଇ ୫୭ ହଜାର ୫୭୮ ଟଙ୍କା ୨୬ ପଇସା ଆଦାୟ କରାଯାଇଛି । ତେବେ, ସମୁଦାୟ ଆଗତ ୩୮୭ ମାମଲା ମଧ୍ୟରୁ ୧୩୭ଟି ମାମଲାର ଫଏସଲା କରାଯାଇ ସର୍ବମୋଟ୍ ୨ଲକ୍ଷ ୨୩ହଜାର ୬୪୬ଟଙ୍କା ୨୬ ପଇସା ଆଦାୟ କରାଯାଇପାରିଛି ।
ମାନନୀୟ ଜିଲ୍ଲା ଏବଂ ଦୌରା ଜଜ୍-ତଥା- ଜିଲ୍ଲା ଆଇନ ସେବା ପ୍ରାଧୂକରଣର ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲା ଜଜ୍, ପାରିବାରିକ ଅଦାଲତ ଜଜ୍, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଇଜଲାସରେ ମାମଲାଗୁଡ଼ିକର ବିଚାର କରାଯାଇଥିଲା ଏବଂ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଆଜିର ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତକୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.