ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସବିବ ଓ ଉପସଚିବ…

ହିଞ୍ଜିଳିକାଟୁ (୮/୭) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ୍ କ୍ରୀଷ୍ଣା ଓ ମୁଖ୍ୟମନ୍ତ୍ରୀ ଙ୍କ ଉପ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଶନିବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଞିଳିକାଟୁ ବ୍ଳକ ଓ ପୌରାଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଗଣ୍ଡୋଳା ବେଲଗାଁ ସ୍ଥିତ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟର ରୁପାନ୍ତିକରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରୁ ଶାସନ ଆମ୍ଵଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରୁପାନ୍ତିକରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ କହିଥିଲେ। ସେଠାରୁ ହିଞ୍ଜିଳିକାଟୁ ପୌରପରିଷଦ ନୁତନ ବସଟର୍ମୀନାଲ ନିକଟରେ ନିର୍ମାଣଧିନ ମାର୍କେଟ ବିଲଡିଂ ପରିଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ମାର୍କେଟ ବିଲଡିଂ ନିକଟରେ ଥିବା ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ବୁଲି ଦେଖିଲେ। ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଓ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ବଣିକ ସଙ୍ଘ ସମ୍ପାଦକ ବିଶ୍ବମ୍ବର ସାହୁ ,ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ଯୁଗଳ ପଣ୍ଡା ଭେଟି ମାର୍କେଟ ବିଲଡିଂ ର ଭୂତଳ ସ୍ଥାନରେ ଦୋକାନ ଗୃହ ନିର୍ମାଣ କରି ଦେବାକୁ ଦାବି ପତ୍ର ପ୍ରଦାନ କରିଥିଲେ। ସେଠାରୁ ହିଞ୍ଜିଳିକାଟୁ କଲେଜ ବୁଲି ଦେଖିବା ପରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ଖମ୍ବେୟାଦୋରା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଲେ। ପରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଛକ ରେ କାର୍ଯ୍ୟ ଚାଲିଥିବା ଟେଙ୍କ ଓ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଅପରାହ୍ନରେ ହିଞ୍ଜିଳିକାଟୁ ପୌରପରିଷଦ ଡାକ ବଙ୍ଗଳା ଠାରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ସମସ୍ତ ଜନପ୍ରତିନିଧି ମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ଡାକ ବଙ୍ଗଳା ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଙ୍କ ସହ ବିଭିନ୍ନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ପହଞ୍ଚି ମନ୍ଦିର ଉନ୍ନତି ନିମନ୍ତେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବଙ୍କ ଓ ଉପ ସଚିବ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ,ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର, । ସଚିବଙ୍କ ଗସ୍ତ ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଡ଼ିଓ ସୁବ୍ରତ କୁମାର ଜେନା ତହସିଲଦାର ପ୍ରଭାତ କୁମାର ପରିଡ଼ା ,କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ପିଡବ୍ଲୁଡି ଏକଜୂନ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ଯନ୍ତ୍ରୀ ସତ୍ୟରଞ୍ଜନ ପରିଡା, ମୁନିସିପାଲିଟି ଅଧ୍ୟକ୍ଷ ସୁବାସ ପଲେଇ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞିଳିକାଟୁ ପୈରାଚଂଳ ଓ ବ୍ଳକ ର ଵହୁ ରାଜ ନେତା ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.