୫ ଦିନ ହେଵ ପାଟଣାସାହିକୁ ଆସୁନି ପାଣି

ହିଞ୍ଜିଳିକାଟୁ (୭।୭) : ହିଞ୍ଜିଳିକାଟୁ ପାଟଣା ସାହି ରେ ଦୀର୍ଘ ୪ ମାସ ହେଵ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ସାହିର ପଛ ପାଖରେ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଓ ଵରାହୀ ପାହାଡ ଉପରେ ପାଣି ଟାଙ୍କି ବସିଛି। କିନ୍ତୁ ୫ ଦିନ ହେବ ପୌରପାଳିକା ୱାର୍ଡ଼ ନଂ ୫ ଓ ୬ ପାଟଣାସାହି କୁ ପାଇପ ଯୋଗେ ପାଣି ଆସୁନି। ଫଳରେ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଖରାଦିନେ ଲୋକମାନେ ହଇରାଣ ନହେବାପାଇଁ ସ୍ଥାନୀୟ ପ୍ରଶାସନ ଵ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହିଞ୍ଜିଳିକାଟୁର ଅଧିକାଂଶ ୱାର୍ଡ଼ କୁ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ୱାର୍ଡ଼ ବାସୀ। ଏ ନେଇ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶ୍ରୀ ଦାଶ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କରେଣ୍ଟ ରହୁନଥିବା ଯୋଗୁଁ ପାଣି ମୋଟର ଲାଗୁନଥିବା ଓ ଟାଙ୍କି ଭର୍ତି ହେଉନଥିବା ଯୋଗୁଁ ପାଣି ଯୋଗାଣ ହେଉନଥିବା କହିଛନ୍ତି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

nis-ad
Leave A Reply

Your email address will not be published.