ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ କାନ୍ଥ ଫାଟି ଆଁ କଲାଣି କଲ୍ୟାଣ ମଣ୍ଡପ

ହିଞ୍ଜିଳିକାଟୁ ୭।୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ କେଉଟ ସାହିରେ ମିନି କଲ୍ୟାଣ ମଣ୍ଡପ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। କଲ୍ୟାଣ ମଣ୍ଡପ ତିଆରି ହେବାର ଦୁଇ ମାସେ ନ ପୁରୁଣୁ ତାହା କେଉଁଠି କାନ୍ଥ ଫାଟି ଆଁ କଲାଣି ଓ ଫେବର ଟାଇଲ ଭାଙ୍ଗି ରୁଜି ଗଲାଣି। ଏହି ମଣ୍ଡପଟି ସାହି ବାସିନ୍ଦା ଙ୍କ କାର୍ଯ୍ୟରେ ଲାଗୁନାହିଁ । ନିମ୍ନ ମାନର କାମ ହୋଇଥିବାରୁ ଭାଙ୍ଗି ଯାଇଛି ବୋଲି ଅଭିଯୋଗ ହୋଇଛି। ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବିଭାଗର ମନମୁଖି କାର୍ଯ୍ୟକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏଭଳି ଏକ ନିମ୍ନମାନର ପ୍ରକଳ୍ପ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୧୫ କେଉଟ ସାହିରେ ଦେଖିବାକୁ ମିଳିଛି। ଯେଉଁଠି ୧୫ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା କଲ୍ୟାଣ ମଣ୍ଡପ କାର୍ଯ୍ୟ ରେ ଵ୍ୟାପକ ଅନିୟମିତତା ହୋଇଥିବା ୧୪ ଓ ୧୫ ନଂ ୱାର୍ଡ ଵାସିନ୍ଦା ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। କାମ ଶେଷ ହେବାର ମାତ୍ର ୨ ମାସ ପରେ ଚଟାଣ ଉପରେ ବିଛାଯାଈଥିବା ଟାଇଲ ଓ ଫେବର ଭାଙ୍ଗିବା ସହ ଚାଲିଲେ ଟବ ଟବ ଶବ୍ଦ ବାହାରୁଛି। ଲେଟିନ ବାଥରୂମ କାନ୍ଥ ଫାଟି ଆଁ କଲାଣି। ସିଡି ଗୃହରେ ଵ୍ୟବହୃତ ହୋଇଥିବା ଟିଣ ଛପର ପୁରୁଣା ଟିଣ ବୋଲି ଶୁକ୍ରବାର ଶତାଧିକ ସାହିବାସିନ୍ଦା ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ରେ ପହଞ୍ଚି ଅଭିଯୋଗ କରିଛନ୍ତି। ସରକାରୀ ଟଙ୍କାରେ ପିଲା ଖେଳ ଚାଲିଛି ବୋଲି ସାହି ବାସିନ୍ଦା ଅଭିଯୋଗ କରିବା ସହ ମୋ ସରକାରରେ ଅଭିଯୋଗ କରିବେ ବୋଲି କହିଛନ୍ତି। ବିଭାଗୀୟ ଅଧିକାରୀ ଏବଂ ଠିକାଦାର ପ୍ରକଳ୍ପ ବାବଦ ଅର୍ଥ ହରିଲୁଟ କରୁଛନ୍ତି ବୋଲି ସାହିର ବିକ୍ରମ ଵେହେରା, ପ୍ରମୋଦ କୁମାର ବେହେରା, ଘନଶ୍ୟାମ ଵେହେରା, ପ୍ରକାଶ ବେହେରା, ଧ୍ରୁବଚରଣ ଵେହେରା, ଶୁଭମ ଵେହେରା, ସୁକାନ୍ତି ଵେହେରା, ଝିଲି ବେହେରା, ନରସିଂହ ବେହେରା, ନାରାୟଣ ବେହେରା, ବିଶ୍ବନାଥ ବେହେରା,ମାନସ ରଞ୍ଜନ ଵେହେରା, ଭଗବାନ ପାତ୍ର,ରବୀନ୍ଦ୍ରଵେହେରା ,ଉଦୟ ନାଥ ବେହେରା ପ୍ରମୁଖ ଶତାଧିକ ମହିଳା ଏବଂ ପୁରୁଷ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.