ବରିଷ୍ଠ କଳାକାର ସଂଘର ଚତୁର୍ଥ ବାର୍ଷିକୋତ୍ସବ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଂଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ଏକ ବର୍ଣାଢ୍ୟ ଶୋଭାଯାତ୍ରା ଗାନ୍ଧୀ ନଗର ଛକ ଠାରୁ ବାହାରି ପ୍ରକାଶମ୍ ହଲ୍ ଯାଇଥିଲେ। ସେଠାରୁ ଏକ ପ୍ରତିନିଧି ଦଳ କଳାକାର ସହାୟତା ଯୋଜନାକୁ କଳାକାର ଭତ୍ତାରେ ରୂପାନ୍ତର ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ପଠାଇଥିଲେ। ପରେ ପରେ ଲୋକ ନାଟକ ରଜା ନାଟ ସମାରୋହ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଇଂ. ଯାମିନୀକାନ୍ତ ଦାସ, ଇଂ. ମନୋଜ ଦଣ୍ଡପାଟ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଂଘର କଳା ଓ କଳାକାର ହିତୈଷୀ ଅଙ୍ଗୀକାରବଦ୍ଧତାର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ସୁଶ୍ରୀ ସୁଇଟୀ ସାହୁ ଓ କଣ୍ଠଶିଳ୍ପୀ ଡା. ଚନ୍ଦନ କୁମାର ଗନ୍ତାୟତଙ୍କୁ ଆନୁଷ୍ଠାନିକଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ଯକ୍ରମର ସାନ୍ଧ୍ୟ ଅଧିବେଶନ ରେ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଛତ୍ରପୁର ବିଧାୟକ ସୁବାସ ବେହେରା, ନାଟ୍ୟ ଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଡା. ଗୋପାଳକ୍ରୁଷ୍ଣ ପାଣିଗ୍ରାହୀ, ନାଟ୍ୟକାର ରମେଶ ମହାରଣା, ଯୁବ ରାଜନେତା ଅକ୍ଷୟ କୁମାର ସ୍ବାଇଁ, ବରିଷ୍ଠ କଳାକାର ରାଜେନ୍ଦ୍ର ମୋହନ ପତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମାଜରେ କଳାକାରଙ୍କ ମହନୀୟତା ସଂପର୍କରେ ଆଲୋକପାତ କରିଥିଲେ। ବାସଭୀ କନ୍ୟକା ପରମେଶ୍ବରୀ ଡାନ୍ସ ଗ୍ରୁପ୍, ନୂପୁର ଏବଂ ସୁନା ପୁର ମା ବୁଢୀ ଠାକୁରାଣୀ ନାଟ୍ୟ ସଂଘର ଶିଶୁ କଲାକାର ମାନେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।

nis-ad
Leave A Reply

Your email address will not be published.