ସୁନ୍ଦରଗଡ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବିଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଗତ ବର୍ଷ ୨୦୨୨ ମସିହା ଖରିଫ ଋତୁରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଟଙ୍କା ମିଳିନାହିଁ । ଯଦ୍ୱାରା ଚଳିତ ଖରିଫ ଋତୁରେ ଧାନ ଚାଷ କରିବାପାଇଁ ବହୁ କଷ୍ଟ ହେଉଛି । ଏହି ଅବସରରେ ସୁନ୍ଦରଗଡ଼ସ୍ଥିତ ମାଦ୍ରୀ କାଲୋ ଭବନ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଚାଷୀଙ୍କ ଅଧିକାର ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ବିରୁଦ୍ଧରେ ପ୍ରତିବାଦ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ମିଞ୍ଜ, ଜିଲ୍ଲା ଉପସଭାନେତ୍ରୀ ସଂଯୁକ୍ତା ନାଏକ ,ଜିଲ୍ଲା ସଂପାଦକ ରାଜନ ସୋନି, ଜିଲ୍ଲା ସାଧାରଣ ସଂପାଦକ ସୁଖଲାଲ ମୁଣ୍ଡା , ଅମୀର କୁମାର ପଟ୍ଟନାୟକ ,ଯଶବନ୍ତ ନାଏକ, ଭେଷଜ ରଥ ,ବିରବର ସାହୁ ,ସନାତନ ନାଏକ ,ଦେବେନ୍ଦ୍ର ପଟେଲ ,ବିକାଶ ନାଏକ, କଳାକୃଷ୍ଣ ଓରାମ ,ଅମୀୟ ପଟ୍ଟନାୟକ ,ସୁଦାମ ହୋତା, ଦୁବରାଜ ନାଏକ ,ପରକ୍ଷିତ ସାହୁ, ବିମଲ ପଟେଲ, ଅସୀମ ପଟେଲ ,ସୁଜିତ ନାଏକ ,ପ୍ରବୀଣ ନାଏକ, ଦୀପକ ମହାନନ୍ଦିଆ ,ଅନୁପମା ଟପ୍ପୋ, କାନନଵାଲା ବେହେରା, ଅଖିଳ ବେହେରା ,ବେଣୁଧର ପଣ୍ଡାଙ୍କ ସମେତ ରାଜଗାଙ୍ଗପୁର, ତଳସରା ଏବଂ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ଚାଷୀ ପ୍ରମୂଖ ଯୋଗଦେଇଥିଲେ ।