ଛୁଆକୁ ମାରି ନିଜ ଜିଭ କାଟି ଆତ୍ମହତ୍ୟା ଉଦ୍ୟମ

ଶେରଗଡ଼ : ସ୍ୱାମୀ ସହ ମୋବାଇଲରେ କଥାରୁ ପ୍ରବଳ କଳି ଏବଂ ଉତ୍ତେଜିତ ହୋଇ ପଡି ବିବାହିତ ମହିଳା ନିଜର ବିବେକ ଶୂନ୍ୟ ହୋଇ ପଡି ନିଜ ଜନ୍ମିତ ଶିଶୁକୁ କୂଅରେ ପକାଇ ନିଜେ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଂଚଳ ରେ ଆଲୋଡନ ସୃଷ୍ଟି କରିଛି । ମୃତ୍ୟୁ ମୁହଁରୁ ଉଦ୍ଧାର ପାଇଥିବା ବଡ଼ ଝିଅକୁ ନେଇ ପୋଲିସ ଘଟଣା ର ସ୍କ୍ରିନ ରିକ୍ରିଏଟ କରିଛି ଏବଂ ମହିଳା ବ୍ୟବହାର କରୁଥିବା ମୋବାଇଲ କୁ ଖୋଜିବା ପାଇଁ ସାଇଣ୍ଟିଫିକ ଟିମ ପହଞ୍ଚିଛି । ସେପଟେ ଥାନାରେ ଜେଜେ ବାପା ରିପୋର୍ଟ ହୋଇଛି। ପୁଅ ଚେନ୍ନାଇ ରେ କାମ କରୁଥିବା ବେଳେ ପୁଅଠାରୁ ବାପା ମା ଅଲଗା ରହୁଥିଲେ । ତାଙ୍କ ପୁଅ ଏବଂ ତାର ଦୁଇ ଝିଅ,ସ୍ତ୍ରୀ ଓ ପୁଅକୁ ନେଇ ଅଲଗା ରହୁଥିବା ବେଳେ ପରିବାର ଚଳାଇବା ପାଇଁ ସେ ଚେନ୍ନାଇ ରହୁଥିଲେ। ପୁଅର ଅନୁପସ୍ଥିତ ରେ ଏଭଳି ଘଟଣା ଘଟିଛି। ମୃତ ଦୁଇ ସ଼ନ୍ତାନର ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରର ପାଠ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମା ରଶ୍ମିତା ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସାତ ହେଉଛନ୍ତି।
ଉଦ୍ଧାର ପାଇଥିବା ଝିଅର ବୟାନ ପ୍ରକାରେ ଗତକାଲି ରାତିରେ ବାପା ଓ ମାଙ୍କ ମଧ୍ୟରେ ମୋବାଇଲ ରେ କଳହ ହେଉ ଥିବା ସେ ପୋଲିସ ସମ୍ମୁଖରେ କହିଛି। ରାତି ରେ ମା କୂଅରେ ଛୋଟ ଭାଇ ଭଉଣୀକୁ ପ୍ରଥମେ ମାରି କୁହରେ ପକାଇ ଦେଇଥିଲେ ତା ପରେ ତାକୁ ମଧ୍ୟ କୂଅ ପାଖକୁ ଡାକି ନେଇ ନିଜେ ମା କୂଅକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ କୂଅକୁ ଡେଇଁ ପଡିଥିବା ମା ଓ ଝିଅ ପଥରକୁ ଧରି ରହି ଯାଇଥିଲେ।ଲାଉଗୁଡା ନିଜ ପିଲା ଛୁଆକୁ କୂଅରେ ଠେଲି ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମା ରଶ୍ମିତା ଗୌଡ଼ ଓ ବଡ଼ ଝିଅ ଗୁଞ୍ଜନ ଗୌଡ଼(୧୦) ସୁସ୍ଥ ହୋଇ ଗରକୁ ଯାଇଥିବା ବେଳେ ଅଗ୍ନିଶମ ବାହିନୀ ସାନ ପୁଅ ଆଶିଷ ଗୌଡ଼(୪) ଓ ଝିଅ ଆଲିଶା ଗୌଡ଼ର ମୃତୁ ଦେହ କୁହରୁ ଉଦ୍ଧାର କରିଥିଲେ। ଏପଟେ ସୁସ୍ଥ ହୋଇ ଘରକୁ ଯାଇଥିବା ମା ନିଜ ସାନ ପୁଅ ଓ ଝିଅର ମୃତ୍ୟୁ ଖବର ପାଇବା ପରେ ସେ ପୁଣି ନିଜ ଜୀବ କାଟି ଦେଇଛି ଏବଂ ଗୁରୁତର ଅଵସ୍ଥା ତାଙ୍କୁ ଶେରଗଡ ମେଡିକାଲରେ ଭର୍ତି କରା ଯାଇଥିଲା

nis-ad
Leave A Reply

Your email address will not be published.