ସବରେଜିଷ୍ଟାର କାର୍ଯ୍ୟାଳୟ ଆଗରେ ପଡି ବୃଦ୍ଧ ମୃତ

ହିଞ୍ଜିଳିକାଟୁ (୩୦।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ରାସ୍ତା ବଇଂଚବଣିଆ ଛକ ସବରେଜିଷ୍ଟାର କାର୍ଯ୍ୟାଳୟ ଆଗରେ ରାତି ପ୍ରାୟ ଆଠଟା ବେଳେ ଜୈନିକ ଵୃଦ୍ଧ ମଦ ପିଇ ଯାଉଥିବା ବେଳେ ରୋଡ ଉପରେ ପଡି ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣାଯାଇଛି | ମୃତକ ଜଣକ ହେଲେ ହିଞିଳିକାଟୁ ପୌରପରିଷଦ ଶ୍ରୀରାମ ନଗର ସାହି ବାସିନ୍ଦା ଵିଜୟ କୁମାର ବାଡତ୍ୟା ୬୨ ।

ଶୁକ୍ରବାର ରାତି ୮ ରେ ପ୍ରତିଦିନ ଭଳି ମଦ ପିଇ ଘରକୁ ଆସିବା ବେଳକୁ ଅସାବଧାନତା ସହ ଵଇଂଚବଣିଆ ଛକରେ ରାସ୍ତା ଉପରେ ପଡି ଯାଇଥିଲେ ଵିଜୟ। କିଛି ସମୟ ପରେ ଲୋକେ ଦେଖିବା ପରେ ପଥଚାରୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରିବାର ଲୋକଙ୍କୁ ଖଵର ଦେଇଥିଲେ । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଜୟ ଙ୍କ ପରିବାର ସଦସ୍ୟ ଓ କିଛି ସହଯୋଗୀ ମିଶି ଡାକ୍ତରଙ୍କ ସହାୟତା ରେ ଘରକୁ ନେଈଯାଇଥିଲେ |

nis-ad
Leave A Reply

Your email address will not be published.