ବାହୁଡାଯାତ୍ରା ସଂପନ୍ନ, ନିଜ ମନ୍ଦିର ଅଭିମୁଖେ ମହାପ୍ରଭୁ

ଫୁଲବାଣୀ : ବୁଧବାର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ । ବାହୁଡିଛନ୍ତି ଚ଼ତୁର୍ଦ୍ଧାମୂର୍ତ୍ତି ନିଜ ମନ୍ଦିର ଅଭିମୁଖେ । ଆନନ୍ଦ ଉଲ୍ଲାସରସହ ପାଳିତ ହୋଇଛି ଏହି ଯାତ୍ରା। ଖରା ଗୁଳୁ ଗୁଳି ସତ୍ତ୍ଵେ ବାହୁଡା ଯାତ୍ରାରେ ଭକ୍ତମାନଙ୍କ ପ୍ରବଳ ଭିଡ ହୋଇଥିଲା। ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବାସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ସକାଳୁ ସକାଳୁ ମଙ୍ଗଳ ଆଳତିସହ ମଇଲମ, ରୋଷ ଘର ହୋମ,ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ଵାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା। ପରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରଯାଇଥିଲା ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଛେରା ପହଁରା କରିଥିଲେ । ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର,ସଭାପତି ସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଆଇନଜିବି ବିଜୟ ମହାନ୍ତି, ରଜତ ମହାନ୍ତି, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିସହିତ ଟିମ ହ୍ୟୁମାନିଟି କନ୍ଧମାଳର ଓ ଏବିଭିପି ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.