ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର (୨୮.୦୬) : ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ଯ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ବୁଧବାର ଦିନ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଆନୁକୁଲ୍ଯରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ,ବକ୍ତୃତା,କବିତା ଆବୃତ୍ତି,ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡିଆ ଅନୁବାଦ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ, ରବି ନାରାୟଣ ବେହେରାଙ୍କ ତତ୍ବାବଧାନରେ ପରିଚାଳନା ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ବିଚାରକ ଭାବେ ପୂର୍ବତନ ବିଧାୟକ, ଅଶୋକ ଚୌଧୁରୀ, ଡ. ଇମତିହାନ ସାହା, ଅଜିତ କୁମାର ସେଠୀ, ଡ଼.ଭି ରାଜେନ୍ଦ୍ର ରାଜୁ, ରାଜେନ୍ଦ୍ର କୁମାର ଦାଶ,ସନ୍ତୋଷ କୁମାର ପାଢୀ , ଶ୍ୟାମ ରାଓ ପ୍ରମୁଖ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଚୟନ ହୋଇଛନ୍ତି । ଓଡିଶା ସାହିତ୍ଯ ଏକାଡେମି ଗଞ୍ଜାମ ଜିଲ୍ଲା ଶାଖା ସଦସ୍ୟ ଡ଼. ଶରତ କୁମାର ଜେନା ଏବଂ ବିଚାରକଗଣ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାରେ ଜିଲ୍ଲା ସଂସ୍କୃତି ଓ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟର କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରବନ୍ଧ (କନିଷ୍ଠ ବର୍ଗରେ) ପ୍ରତିଯୋଗୀତାରେ ଅଂଶୁମାନ ମିଶ୍ର, ପ୍ରଥମ, ଶ୍ରଦ୍ଧାଞ୍ଜଳି ମହାଙ୍କୁଡ, ଦ୍ଵିତୀୟ ,ଜିତେନ୍ଦ୍ର ସାହୁ ,ତୃତୀୟ , ପ୍ରବନ୍ଧ (ବରିଷ୍ଠ ବର୍ଗରେ) ଅଦ୍ୟାଶା ପାଢୀ, ପ୍ରଥମ, ସ୍ନେହାରାଣୀ ଗୌଡ, ଦ୍ଵିତୀୟ ,ଲିଜା ସିଙ୍ଗ ,ତୃତୀୟ ,ବକ୍ତୃତା(କନିଷ୍ଠ ବର୍ଗରେ ) ସତ୍ୟମ ବିଶୋୟୀ, ପ୍ରଥମ ,ଗାୟତ୍ରୀ ମହାରଣା ,ଦ୍ଵିତୀୟ, ରେଶ୍ମା ଗୌଡ ,ତୃତୀୟ, ବକ୍ତୃତା(ବରିଷ୍ଠ ବର୍ଗରେ ) ଅର୍ପିତା ମହାପାତ୍ର, ପ୍ରଥମ,ଲିଜାରାଣୀ ସାହୁ, ଦ୍ଵିତୀୟ ,ଦୀପାଳି ସାହୁ ,ତୃତୀୟ , କବିତା ଆବୃତି(କନିଷ୍ଠ ବର୍ଗରେ ) ଅର୍ଚ୍ଚିତା ସ୍ଵାଇଁ, ପ୍ରଥମ, ଏ . ସୁଧା ପାତ୍ର, ଦ୍ଵିତୀୟ ,ଶ୍ଵେତାଲୀନା ସ୍ଵାଇଁ, ତୃତୀୟ କବିତା ଆବୃତି(ବରିଷ୍ଠ ବର୍ଗରେ ) ପ୍ରଜ୍ଞାନ କୁଣ୍ଡ ,ପ୍ରଥମ, ଈଶ୍ଵରୀ ବେହେରା, ଦ୍ଵିତୀୟ ,ସିମ୍ରନ ନାୟକ, ତୃତୀୟ ସାଧାରଣ ଜ୍ଞାନ ଓ ଅନୁବାଦ(କନିଷ୍ଠ ବର୍ଗରେ ) ଚନ୍ଦ୍ରଶେଖର ଜେନା, ପ୍ରଥମ ,ପ୍ରଜ୍ଞା ପ୍ରଭଞ୍ଜନ ପୃଷ୍ଠି, ଦ୍ଵିତୀୟ ,ସିଧିଶ୍ରୀ ପଣ୍ଡା ,ତୃତୀୟ ସାଧାରଣ ଜ୍ଞାନ ଓ ଅନୁବାଦ(ବରିଷ୍ଠ ବର୍ଗରେ )ରବୀଶଙ୍କର ପାଢୀ ,ପ୍ରଥମ , ଯତୀନ ପାଢୀ, ଦ୍ଵିତୀୟ ,ଅଳକନନ୍ଦା ସାହୁ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

nis-ad
Leave A Reply

Your email address will not be published.