ଶ୍ରୀ ଲକ୍ଷ୍ମଣ ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଦାରିଙ୍ଗବାଡ଼ି ଡିଡିସି ଦଳ ଚମ୍ପିୟାନ

ଦାରିଙ୍ଗବାଡ଼ି (୨୮/୬) : ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ଟକେରମାଲା ଗ୍ରାମ ଠାରେ ବ୍ଲକ ସ୍ତରୀୟ ଲକ୍ଷ୍ମଣ ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ସରପଞ୍ଚ ଗଙ୍ଗା ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଅୟୋଜକ କମିଟି ସଭାପତି ସାମନ୍ତ ପ୍ରଧାନ , ସମ୍ପାଦକ ଅଜିତ କୁମାର ପ୍ରଧାନ, କୋଷାଦକ୍ଷ ମନୋଜ ପ୍ରଧାନ ଉପସ୍ଥିତ ରହି ସମସ୍ତ ଆୟୋଜନ କରିଥିଲେ। ଫାଇନାଲ ଖେଳରେ ଅମ୍ପାଏର ଭାବେ ବବ୍ ସରନ ଦିଗାଳ ଏବଂ ରାମଚନ୍ଦ୍ର ପ୍ରଧାନ ଖେଳ ପରିଚାଳନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲକର ୨୬ ଟି ଟିମ ଭାଗ ନେଇଥିବା ଜଣାପଡ଼ିଛି। ଆଜି ଫାଇନାଲ ମ୍ୟାଚରେ ଦାରିଙ୍ଗବାଡ଼ି ଡ଼ିଡ଼ିସି ବନାମ କିସୁବାଡ଼ି କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଦାରିଙ୍ଗବାଡ଼ି ଡ଼ିଡ଼ିସି (DDC) ଦଳ ବିଜୟୀ ହୋଇ ଥିଲା ବେଳେ କିସୁବାଡ଼ି କ୍ରିକେଟ ଦଳ ରନର୍ସ ହୋଇଥିଲା। ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଓ ରନର୍ସ ଦଳକୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଗ୍ରାମ୍ୟ କମିଟି ଆୟୋଜନ କରିଥିବା ବେଳେ ଡାକ୍ତର ଦିପକ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.