ଖୁଲ୍ଲମ ଖୁଲ୍ଲା ଖୁଡ଼ଖୁଡ଼ୀ ଜୁଆ ଖେଳବେଳେ ପୋଲିସ ଚଢାଉ

ଉମରକୋଟ (୨୫/୦୬) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଂଜାପାଡ଼ା ପଞ୍ଚାୟତର ହାତୀବେନା ଓ ଗଣ୍ଡାଡ଼ିହି ସଂଲୋନୋ ସାପ୍ତାହିକ ବଜ଼ାର ରବିବାର ଦିନ ଅନୁଷ୍ଠିତ ହୁଏ | ଏହି ସାପ୍ତାହିକ ବଜାରରେ ଖୁଲ୍ଲାମ ଖୁଲ୍ଲା ଚାଲେ ଖୁଡ଼ଖୁଡ଼ି ଜୁଆଖେଳ l ଏହି ଜୁଆ ଖେଳରେ ଗରିବ ଖଟିଖିଆ ଓ ମଧ୍ୟବିତ ପରିବାରର ଲୋକମାନେ ବଜାର କରିବା ପାଇଁ ଘରରୁ ଟଙ୍କା ଆଣି ଅଧିକା ପଇସା ଆଶାରେ ଜୁଆ ଖେଳି ସର୍ବଶାନ୍ତ ହୋଇଘରକୁ ଯାଇଥାଏ l ଏହି ଖୁଡ଼ଖୁଡ଼ି ଜୁଆଖେଳ ପାଇଁ ବେଳେ ବେଳେ ଛୋଟ ଛୋଟ ପିଲାମାନେ ମଧ୍ୟ ନିଜ ଘରେ ଚୋରି କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ l ବାରମ୍ବାର ସରପଞ୍ଚ, ଗାଁ କମିଟି ଓ ବଜାର କମିଟି ପାଖରେ ସ୍ଥାନୀୟ ଲୋକ ମାନେ ପ୍ରତିବାଦ କଲେ ମଧ୍ୟ ଫଳ ଶୂନ୍ୟ l

ଏହି ଖୁଡ଼ଖୁଡ଼ି ଜୁଆ ଖେଳ ବିଷୟରେ ରାଇଘର ଥାନା ଏଏସଆଇ ଶ୍ରୀ ମନୋରଞ୍ଜନ ବେହେରା ଅବଗତ ହେଲା ପରେ ସଦଳ ବଳେ ସାପ୍ତାହିକ ବଜାର ହାତୀବେନା ଓ ଗଣ୍ଡାଡ଼ିହି ବଜାରକୁ ଯାଇ ଚଡ଼ାଉ କରିବା ବେଳେ ପୋଲିଶ ଗାଡ଼ିକୁ ଦେଖି ଖୁଡ଼ ଖୁଡ଼ି ଜୁଆ ଖେଳ ଖେଳାଇବା ଲୋକ ମାନେ ଦୌଡ଼ିକି ଜଙ୍ଗଳ ଭିତରେ ପଳାଇ ଥିଲେ,କେହି ପୋଲିଶ ହାତରେ ଧରା ପଡ଼ି ନାହିଁ l ଜୁଆ ଖେଳର ସାଜ ସରଞ୍ଜାମ ସବୁ ଜବତ କରି ଥାନାରେ ନେଇ ଗଲେ l ରାଇଘର ଥାନାର ଏ ଏସ ଆଇ ଶ୍ରୀ ମନୋରଞ୍ଜନ ବେହେରା ବାବୁଙ୍କ ଏହି ଚଡ଼ାଉ ଦେଖି ସ୍ଥାନୀୟ ଓ ଆଖ ପାଖ ଅଞ୍ଚଳର ବଜାରକୁ ଆସୁଥିବା ଜ୍ଞାନୀ ଗୁଣି, ଭଦ୍ର ବ୍ୟକ୍ତି ମାନେ ଭୁରି ଭୁରି ପ୍ରସଂସା କରିବା ସହିତ ଅନୁରୋଧ କରିଛନ୍ତି ରାଇଘର ଅଞ୍ଚଳରେ ବାକି ସବୁ ବଜାରରେ ମଧ୍ୟ ଏହି ପରି ଖୁଡ଼ଖୁଡ଼ି ଜୁଆ ଖେଳ ହୁଏ ତାହାକୁ ମଧ୍ୟ ଚଡ଼ାଉ କରି ବନ୍ଧ କରିଦେଲେ ନିରୀହ ଗରିବ ମଜଦୂର ଓ ଛୋଟ ଛୋଟ ପିଲାମାନେ ଏହି ପରି କୁ ପରିବେଶରୁ ମୁକ୍ତ ହେଇଥାନ୍ତା l

nis-ad
Leave A Reply

Your email address will not be published.