ପାଣିରେ ବୁଡି ଜଣେ ନିଖୋଜ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଡ଼ପଡା ପଞ୍ଚାୟତ ସିଲିଗୁମା ରେ ପାଣିରେ ବୁଡି ଜଣେ ନିଖୋଜ । ମିଳିଥିବା ସୂଚନା ଅନୁଯାୟୀ ସିଲିଗୁମା ଗ୍ରାମର ପର୍ଶୁରାମ ଗଲରୀ ପିତା ବିଜୁ ଗଲରୀ ବୟସ ୫୦ ସିଲିଗୁମାରୁ ପଲଙ୍କରାୟ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାରୁ ଖସି ପଡ଼ିଥିଲେ

ବିବାହ ବିଚ୍ଛେଦ ପରେ ‘ଡାଇଭର୍ସ’ ପରଫ୍ୟୁମ ଲଞ୍ଚ କଲେ ପ୍ରଧାନମନ୍ତ୍ରୀଙ୍କ କନ୍ୟା

ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା ମାହରା ବିନ୍ତ ତାଙ୍କର ସୌନ୍ଦର୍ଯ୍ୟ ଓ ଷ୍ଟାଇଲିସ ଲୁକ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି।ନିକଟରେ ମାହରା ସୋସିଆଲ ମିଡିଆ ଜରିଆରେ ତାଙ୍କ ସ୍ବାମୀଙ୍କୁ ତିନତଲାକ

ଲଗାଣ ବର୍ଷାରେ ବେହାଲ ବଣ୍ଡା ଘାଟିର ୨ପଞ୍ଚାୟତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି,ଏହିବଣ୍ଡାଘାଟିର ୨ ଟି ପଞ୍ଚାୟତ ମୁଡୁଲିପଡ଼ା ଓ ଅଣ୍ଡିରାହୋଲ ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ମୁଡ଼ୁଲିପଡ଼ା କୁ ଯୋଗା ଯୋଗ କରୁଥିବା ମୁଖ୍ୟ ରାସ୍ତା ଖଇରପୁଟ ଠାରୁ ୩ରୁ୪ କିଲୋମିଟର ଦୂରରେ ଥିବା

୧୦ ବର୍ଷରେ ଗଲେଣି ୫୫ ବାଘ, ୭ଶହରୁ ଅଧିକ ହାତୀ

ଭୁବନେଶ୍ବର: ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ଜୀବଜନ୍ତୁ । ବିଶେଷ କରି ହାତୀ ଓ ବାଘ । ସେ ପ୍ରାକୃତିକ ହେଉକି କୃତ୍ରିମ ଉଭୟରେ ଶହ ଶହ ହାତୀ ଓ ବାଘ ମରୁଛନ୍ତି । ସବୁଠୁ ବେଶୀ ହେଉଛି ଶିକାରୀଙ୍କ ଉପଦ୍ରବ । ବନବିଭାଗକୁ ଚକମା ଦେଇ ନିଜର ଚୋରା କାରବାର ଚଲାଉଛନ୍ତି ଶିକାରୀ । ଯାହାକୁ ନେଇ ଆଜି

ଧୋଇଗଲା ସୋଲାରଜଳ ପ୍ରକଳ୍ପ, ନିମ୍ନମାନର କାର୍ଯ୍ୟ ଅଭିଯୋଗ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ଓଟି ଏଲ୍ ପି ପ୍ଲସ ପକ୍ଷରୁ ବିକାଶମୂଳକ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ 'ବିକାଶ' ସଂସ୍ଥା ସହ 2021-22 ମସିହାରେ ଚୁକ୍ତିନାମା କରାଯାଇଥିଲା। ଆର୍ଥିକ ବର୍ଷ 2023-24 ରେ ଦୋରାଗୁଡା ପଞ୍ଚାୟତର ତାଟମାନଗୁଡା ଠାରେ ୬ଲକ୍ଷ ଟଙ୍କା ବ୍ୟୟରେ ଚାଷୀ

ମେଡିକାଲରେ ବିଦ୍ୟୁତ ତାର ଲାଗି ଗଲା ରୋଗୀଙ୍କ ଜୀବନ

ନୀଳଗିରି : ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ । ବାଲେଶ୍ଵର ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଅବ୍ୟବସ୍ଥା ନେଇଛି ଜୀବନ । ଶୌଚାଳୟ ନିକଟରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ତଳେ ପଡି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ

ବିପର୍ଯ୍ୟୟ ପରିଚାଳନା ପାଇଁ ଗ୍ରାମ ପଂଚାୟତସ୍ତରରେ ଯୋଜନା ପ୍ରସ୍ତୁତି ବୈଠକ

ଫୁଲବାଣୀ : ଗ୍ରାମ୍ୟସ୍ତରରୁ ବିପର୍ଯ୍ୟୟ ପରିଚାଳନା କରିବାକୁ ହେଲେ ଗ୍ରାମ ପଂଚାୟତ କୁ ମଧ୍ୟ ସାମିଲ କରିବାକୁ ହେବ ତେଣୁ କନ୍ଧମାଳ ଜିଲ୍ଲାରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କନ୍ଧମାଳଙ୍କ ମିଳିତ ସହେଯାଗରେ ବାଲିଗୁଡା ବ୍ଲକରେ ପଂଚାୟତସ୍ତରୀୟ ଯୋଜନା

ପଞ୍ଚଦଶ ଅର୍ଥ କମିଶନ ଯୋଜନା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର

ଚିକିଟୀ : ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ଯୋଜନା ରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।

ଆମେରିକାରେ ରାହୁଲ ଗାନ୍ଧିଙ୍କ ‘ଶିଖ’ ବୟାନକୁ ନେଇ ଘେରିଲା ବିଜେପି

ଆମେରିକାର କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ‘ଶିଖ’ ବୟାନକୁ ନେଇ ଚିହିଁକି ଉଠିଛି ବିଜେପି। ରାହୁଲଙ୍କ ବୟାନକୁ ବିଜେପି ସମାଲୋଚନା କରିବା ସହ ବିଦେଶରେ ଥିବା ବେଳେ କଂଗ୍ରେସ ସାଂସଦ ବିପଦଜନକ ପ୍ରସଙ୍ଗର ପ୍ରଚାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ପୁଣି ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ

ଭୁବନେଶ୍ବର: ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,