ସଂଘବଦ୍ଧ ଆକ୍ରମଣ ଓ ଧମକ: ୯ ଗିରଫ ଥାନାରେ ୪ମାମଲା…


ହିଂଜିଳିକାଟୁ,: ହିଂଜିଳିକାଟୁ ପୌରାଂଚଳ ନିକଟ ସୋମପୁର ଗ୍ରାମରେ ବୁଧବାର ରାତିରେ ସୋମପୁର ଗ୍ରାମରେ ଜମିବାଡ଼ି ଓ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ଘଟିଛି । ଗୋଟିଏ ପକ୍ଷ ସଂଘବଦ୍ଧ ଭାବେ ବଳପୁର୍ବକ ବିପକ୍ଷ ବ୍ୟକ୍ତିଙ୍କ କବାଟ ଭାଙ୍ଗି ଘରେ ପଶି ମାରଣାସ୍ତ୍ର ଓ ବନ୍ଧୁକ ମୁନରେ ଧମକ ଓ ମାରଣାତ୍ମକ ଆକ୍ରମଣ ନେଇ ୩ଟି ମାମଲା ଥାନାରେ ରୁଜୁ ହୋଇଛି । ଖବର ପାଇ ହିଂଜିଳି ପୋଲିସ ଘଟଣାସ୍ଥଳରେ ପହଂଚି ୯ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ସୋମପୁରର ମନମୋହନ ଗୌଡ(ମିଟୁ)଼, ସୋମପୁର ଗ୍ରାମର କେଳୁ ଚରଣ ପ୍ରଧାନ, ନୂଆଁଗଡ଼ର ଗୟା ଦାସ, ଡ଼େଙ୍ଗାଓସ୍ତାର ସୁନୀଲ ଗୌଡ଼,ପାଟପୁର ଥାନା ସିଙ୍ଗିପୁର ଗ୍ରାମର ପି ଜିତେନ୍ଦ୍ର ଦୋରା, ପୋଡ଼ାମାରିର ପିଂଟୁ ପ୍ରଧାନ , କରାପଲୀର ସାଗର ସାହୁ ଓ କେ ବଜରଙ୍ଗୀ ପାତ୍ର । ସେମାନଙ୍କ ଠାରୁ ପୋଲିସ ଗୋଟିଏ କାର, ୨ଟି ବାଇକ ଓ ମାରଣାସ୍ତ୍ର ଜବତ କରିଥିବା ପ୍ରକାଶ । ଗିରଫ ମାନଙ୍କୁ ଗୁରୁବାର ହିଂଜିଳିକାଟୁ ଜେଏମଏଫସି କୋର୍ଟ ଚାଲାଣ କରାଯାଇଛି । ଜାମିନ ନ ହେବାରୁ ସେଠାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ପ୍ରକାଶ ଯେ, ସୋମପୁର ଗ୍ରାମର ମନମୋହନ ଗୌଡ଼ ପୂର୍ବ ଶତୃତା ଓ ଜମି ବାଡ଼ି ବିବାଦ କାରଣରୁ ଅନ୍ୟ ଅଂଚଳରୁ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଭଡ଼ାଟିଆ ଭାବେ ଆଣି ବୁଧବାର ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ବିପକ୍ଷ ଲୋକଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲେ । ଗ୍ରାମର ବିନୋଦ ଗୌଡ଼ଙ୍କ ଘରେ ବଳପୂର୍ବକ ପଶି ତାଙ୍କୁ ବନ୍ଧୁକ ମୁନରେ ଧମକ ଦେବା ସହ ମାରଣାତ୍ମକ ଆକ୍ରମଣ କରିଥିବା ବିନୋଦ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ୪୩୫/୨୩ରେ ମାମଲା ରୁଜୁ କରି ପୋଲିସ ୯ଜଣଙ୍କୁ ଗିରଫ କରିଛି । ଅନ୍ୟ ପକ୍ଷରେ ଗ୍ରାମର ସୁମିତ୍ରା ଗୌଡ଼, ବିଷ୍ଣୁପ୍ରିୟା ଗୌଡ଼ ମଧ୍ୟ ଅନୁରୂପ ଅଭିଯୋଗରେ ମନମୋହନ ଓ ତାଙ୍କ ସହଯୋଗୀ ମାନେ ଗ୍ରାମରେ ଆତଙ୍କ ଖେଳାଇ ଆକ୍ରମଣ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ କରିଛନ୍ତିି । ଥାନାରେ ନଂ-୪୩୬ ଓ ୪୩୭/୨୩ରେ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ପ୍ରକାଶ । ଘଟଣାର ଦତନ୍ତ ପୋଲିସ କରୁଥିବା ବେଳେ ଘଟଣାରେ ଜଡ଼ିତ ଅନ୍ୟ ମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି । ।ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ଳଟ ବେପାରୀ ଙ୍କ ଦୌରାତ୍ମ୍ଯ ବଢିବାରେ ଲାଗିଛି। ହିଞ୍ଜିଳିକାଟୁ ରେ ଵିଭିନ୍ନ ସ୍ଥାନରେ ଆକ୍ରମଣ ଓ ହଡପ ଶିକାର ହୋଇ ଵହୁ ଲୋକ ଥାନାରେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.