ସରକାରୀ ଦେଶି ମହୁଲ ମଦ ଭାଟିର ପ୍ରସ୍ତୁତି ମଦ ମହୁଲ ରେ ନା ୟୁରିଆ ପ୍ରସ୍ତୁତ ହେଉଛି… !

ସରକାରୀ ଯାଞ୍ଚ ଅବହେଳାରୁ ପୁଣି ଏକ ମଦ ମୃତ୍ୟୁର ଆଶଙ୍କାକୁ ଏଡାଇ ଦିଆ ନଯାଇପାରେ…!!!


ବ୍ରହ୍ମପୁର : ଆସ୍କା ତଥା ଏହାର ଆଖପାଖ ଅଞ୍ଚଳରେ ବେଆଇନ ଚୋରା ମଦ ଭାଟି ଗୁଡିକ ଉପରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ରୀତିମତ ଚଢ଼ାଉ କରି ହଜାର ହଜାର ଲିଟର ପେ।ଚ ନଷ୍ଟ କରିବା ସହ ମଦ ଜବତ କରାଯାଉଛି।ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଏହି ଦେଶୀ ମଦ ପ୍ରସ୍ତୁତ ବେଳେ ମଦ ତିଆରି ପାଇଁ ପୋଚ ରେ ୟୁରିଆ ସାର ଓ ଇଷ୍ଟ ଦେଇ ପୋଚ କୁ ସ୍ୱଳ୍ପ ସମୟରେ ତିଆରି କରି ମଦ ବିକ୍ରି କରିବା ଫଳରେ ମଦ ମୃତ୍ୟୁ କୁ ରୋକିବା ପାଇଁ ଚଢ଼ାଉ କରାଯାଏ। ମାତ୍ର ଆସ୍କା ରେ ଥିବା କେତେକ ସରକାରୀ ମଦ ଭାଟିରେ ମହୁଲ ଜାଗାରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ନେଇ ଖବର ଚର୍ଚ୍ଚା ହେଉଛି। ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗ ପକ୍ଷରୁ ଯେଉଁ ସବୁ ସରକାରୀ ଭାଟିରେ ଏହିଭଳି ବେଆଇନ ମଦ ପ୍ରସ୍ତୁତ ହୋଇ ଚାଲାଣ କରାଯାଉ ଥିଲେ ମଧ୍ୟ ଯାଞ୍ଚ କିମ୍ବା ଉକ୍ତ ମଦ ଭାଟି ଉପରେ ଚଢ଼ାଉ କରଯାଉ ନ ଥିବା ଫଳରେ ଆଗାମୀ ଦିନରେ ଆସ୍କା ଅଞ୍ଚଳରେ ମଦ ମୃତ୍ୟୁ ହେବାର ସମ୍ଭ।ବନ କୁ ଏଡାଇ ହେବନାହିଁ।ଏଣୁ ରାଜ୍ୟ ଅବକାରୀ ବିଭାଗର ଅଧିକାରୀ ଆସି ଏହି ବେଆଇନ ମଦକୁ ଯାଞ୍ଚ କରିଲେ ପ୍ରକୃତରେ ମହୁଲ ରେ ମଦ ପ୍ରସୁତ ହେଉଛି ନା ନାହିଁ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.