ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ସରକାରୀ ଆଇ ଟି ଇ ଠାରେ ଆନ୍ତର୍ଜାତିକ ଯୋଗ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ସରକାରୀ ଆଇ ଟି ଇ ର ଅଧକ୍ଷ ଇ. ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଲିଉଡ ଅଭିନେତା ବା ଗାୟକ ଜଳନ୍ଧର ବେହେରା, ଆଇ ଟି ଇ କଲେଜର ଅଧ୍ୟାପକ ସ୍ମୃତି ରଞ୍ଜନ ଦାସ, ଗୌରବ ମହାପାତ୍ର, ନୃସିଂହାନନ୍ଦ ମହାପାତ୍ର ଦେବାଶିଷ ବ୍ରହ୍ମା, ସିତୁ ସାମନ୍ତ ବାରିକ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା, ପ୍ରମୁଖ ଯୋଗ ଦେଇଥିଲେ l ଯୋଗ ଶିକ୍ଷକ ଭାବରେ ପ୍ରଶାନ୍ତ ଦାସ ଯୋଗ ଦେଇ ତାଲିମ ପ୍ରଦାନ କରୁଥିଲେ l ଅନୁଷ୍ଠିତ କାର୍ଯ୍ଯକ୍ରମ ରେ 100 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ବୈଠକରେ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ ଧନ୍ୟ ବାଦ ଅର୍ପଣ କରି ଥିଲେ l

nis-ad
Leave A Reply

Your email address will not be published.