ସନ୍ଦେହ ଘେରରେ ବେନାମି ଆସୁଥିବା ଡିଜେଲ ଟ୍ୟାଙ୍କର…

କାଶିପୁର : ରାୟଗଡା ଜିଲ୍ଲା ଟିକିରି ମୁଖ୍ୟରାସ୍ତାରେ  ଉତ୍କଳ ଆଲୁମିନା  କାରଖାନାକୁ ଦୈନିକ ୨ଗୋଟି ଟ୍ୟାଙ୍କର  କୌଣସି ତେଲ କମ୍ପାନୀର ଲୋଗ  ଯଥା IOCL,BPCL,HPCL ନ ଥାଇଗୋଟିଏ ଗାଡିରେ  ୧୨ ହଜାର ଲିଟର ଲେଖାଏଁ  ୨ଟି ଗାଡି ରେ ବେଆଇନ ଭାବେ ବିନା ଓ୍ବେ ବିଲ ଓ ବିନା ଚାଲାଣ ଏବଂ ବିପଦ ସଙ୍କୁଳ ଅବସ୍ତାରେ ପାଣି ଟ୍ୟାଙ୍କ ଯୋଗେ ଚାଲଣ ହେଉଛି। ସେଥିରୁ ଗୋଟିଏ ଗାଡିର ନଂ ଆମକୁ ଫୋଟ ସହିତ ହସ୍ତଗତ ହୋଇଛି ଯାହାର ନଂ OD18J1337 ।ନିୟମ ଅନୁଯାଇ କେବଳ ୨ହଜାର ଲିଟର ଡିଜେଲ କିମ୍ବା ପେଟ୍ରଲ ଗାଡିରେ ନେବା ଆଣିବା କରାଯାଇ ପାରିବ।ଦେଖିବାକୁ ମିଳିଛି ଯେ ୨ଟି ଗାଡି ୧୨ହଜର ଲେଖାଏଁ ୨୪ହଜାର ଲିଟର  ନେବା ଆଣିବା କରି ଆସୁଛନ୍ତି।

ବିଶେଷ ସୂତ୍ରରୁ ଜଣାପଡୁଛି ଏହି ତେଲ ଗାଡି ଗୁଡାକ ମୈତ୍ରୀ କମ୍ପାନୀ ଅଧିନରେ ପରିଚାଳନା କରାଯାଉଛି। ମୈତ୍ରୀ କମ୍ପାନୀର ତେଲ ଡିପ ଲକ୍ଷ୍ମୀପୁର ଜିରୋ ପୋଏଣ୍ଟ ନିକଟର ଥିବା ଓମେସି ପରିଚାଳିତ ନିଜ ତେଲ ଟାଙ୍କିରୁ ନେବାଆଣିବା କରାଯାଉଛି।ଏହି ପ୍ରସଙ୍ଗରେ ଆମେ ଓମେସି ଆଞ୍ଚଳିକ ପରିଚାଳକ  କାଠି ପ୍ରଧାନ ଙ୍କୁ ଯୋଗାଯୋଗ କରିବାକୈଣଷି ଉତ୍ତର ମିଳିନଥିଲା।ଏଠାରେ ପ୍ରଶ୍ନ ଯେ ଓଏମସି ର ବିନା ଅନୁମତିରେ ତେଲଗାଡିର ଗେଟ ପାସ କିପରି କରୁଛନ୍ତି।ଏହି ଯାଗାରେ ଧୃତରାଷ୍ଟ ସାଜିଛି ପ୍ରଷାସନ।ଦିନକୁ ବେଆଇନ ଭାବେ ୨ ଗାଡିର ଚୋରା ଚାଲାଣ ରେ ପ୍ରଷାସନ ଗୁରୁତ୍ବ ଦେଉନି।
ବିଶ୍ବସ୍ଥ ସୂତ୍ରରୁ ଜଣାପଡିଛି ଓଏମସି ରିହାତି ଦରରେ ଡିଜେଲ କିଣାଯାଉଛି ।ଯେମିତିକି ତେଲ କମ୍ପାନୀ ଡିଲର ଙ୍କ କିଣା ୯୫ଟଙ୍କା ଥିଲା ବେଳ ଓଏମସି ଡିପ କୁ ତାହା ୭୦ଟଙ୍କାରେ ମିଳୁଛି।।ଏହି ରିହାତି ତେଲ ପ୍ରତିଦିନ ୨୪ହଜାର ଲିଟର ଓ ଏମ ସି ରୁ ଉତ୍କଳ ଆଲୁମିନା କାରଖାନା କୁ ଆସୁଅଛି। ଦୈନିକ ୨୪ହଜାର ଲିଟର ବିନା ଶୁଳ୍କରେ ଓଏମସି କଡିଙ୍ଗାମାଳି ଲକ୍ଷ୍ମୀପୁର ଠାରୁ ଉତ୍କଳ ଆଲୁମିନା ବାଫଲାମାଳିକୁ ପରିବହନ କରାଯାଉଛି । ଏହି ଯୋଉ ତେଲ ପରିବହନ କରାଯାଉଛି। ମୈତ୍ରୀ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ ଖଣିଖନନରେ ଲାଗିଥିବା  ଯନ୍ତ୍ର୍ରାସଂ ରେ ଏହି ଡିଜେଲ ବ୍ୟବହାର କରାଯାଉଛି।ଏହି ତେଲ ପରିବହନ ରେ ମୈତ୍ରୀ କମ୍ପାନି ଦୈନିକ ଲକ୍ଷ ଲକ୍ଷ ଟଙ୍କା ହେରଫେର କରୁଛି।ମୈତ୍ରୀ କମ୍ପାନୀ ଏହି ତେଲପରିବହନ ରେ ଓଏମସି କର୍ତୁପକ୍ଷ ଓ ଉତ୍କଳ ଆଲୁମିନା କର୍ତୃପକ୍ଷ ଙ୍କର ଭାଗିଦାର ଅଛିକି??
କିପରି ଏତେ ପରିମାଣ ରେ ବେଆଇନ ଭାବେ ଡିଜେଲ ଚରା ଚାଲାଣ ହେଉଛି ଯାହା ପ୍ରଷାସନ ,ସିଭିଲ ସପ୍ଲାଇ,ଓ ପୋଲିସ ଜାଣି ପାରୁନି ତାହା ମଧ୍ୟ ସନ୍ଦେହ ଘେରରେ।ଏହି ବାବଦରେ ମୈତ୍ରୀ କର୍ତୁପକ୍ଷ ଙ୍କ ଯୋଗାଯଗ କରାଯାଇଥିଲା ସେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ।ଖବର ପ୍ରଷାରଣ ପରେ ପ୍ରଷାସନ ,ଓଏମସି କର୍ତୁପକ୍ଷ ଓ ଉତ୍କଳ ଆଲୁମିନା କର୍ତୁପକ୍ଷ କି ପଦକ୍ଷପ ନେଉଛନ୍ତି ତାହା ସମୟ ହିଁ କହିବ।

nis-ad
Leave A Reply

Your email address will not be published.