ଗୋପାଳପୁର ପାନ୍ଥ ନିବାସରେ ରଜପର୍ବ ପାଳିତ…

ବ୍ରହ୍ମପୁର // ଗୋପାଳପୁର (୧୪/୬) : ଗୋପାଳପୁରସ୍ଥିତ ପାନ୍ଥ ନିବାସରେ ଆଜି ରଜ ପର୍ବ ପାଳନ ହୋଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାନ୍ଥ ନିବାସ ପରିସର ରେ ସୁ ସଜିତ ରଜ ଦୋଳି ଉଦ୍ଘାଟନ ହୋଇଥିଲା।ପାନ୍ଥ ନିବାସର ପରିଚାଳକ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଏନ ଏ ସି ଅଧକ୍ଷ ଏ.ଜାନକୀ ରାମ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ପାନ୍ଥନିବାସ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ଏନ ଏ ସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଗୋପାଳପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ, ଏ ଏସ ଆଇ ତିରୁପତି ରାଓ, ହାବିଲଦାର ଅଜୟ କୁମାର ଶତପଥୀ, ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାକୁଡ଼, ଓଡ଼ିଶା ନାଟ୍ୟ ଏକାଡେମୀ ର ସଦସ୍ୟ ଅନିଲ କୁମାର ପାତ୍ର, ଜି ମୋହନ କାଉନସିଲର ଙ୍କ ସମେତ ପାନ୍ଥ ନିବାସରେ ରହୁଥିବା ପର୍ଯ୍ୟଟକ ଓ ପାନ୍ଥନିବାସ କର୍ମଚାରୀ ଉପସ୍ଥିତ ଥିଲେ lଏହି ଅବସରରେ ପାନ୍ଥନିବାସ ପକ୍ଷରୁ ଆରିସା, କାକରା, ମଣ୍ଡା, ଚକୁଳି, ପୋଡପିଠା, ବରା, ଦହିବରା ଆଦି ପିଠା ପ୍ରସ୍ତୁତି କରି ବଣ୍ଟନ କରାଯାଇଥିଲା।ପର୍ଯ୍ୟଟକ ମାନେ ଦୋଳି ରେ ଝୁଲି ମଜା ନେଇଥିଲେ।

nis-ad
Leave A Reply

Your email address will not be published.