ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ…

ଖଇରପୁଟ : ଖଇରପୁଟ ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଜୟପୁର ସ୍ଥିତ କୁମ୍ଭାର ସାହୀ ନିବାସୀ ବାଲାଜୀ ମହନ୍ତ (ବୟସ-୩୨)ଏକ ଜରୁରୀ କାର୍ଯ୍ୟରେ ଖଇରପୁଟ ରୁ କୁଡୁମୁଲୁଗୁମ୍ମା ଆଡ଼କୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ହଠାତ ଗାଡ଼ିର ଭାରସାମ୍ୟ ହରାଇ ରୋଡ ତଳକୁ ଖସିଯିବା ସହ ଏକ ଗଛରେ ପିଟି ହୋଇଯିବାରୁ ତଳପେଟରେ ଶକ୍ତ ଆଘାତ ଲାଗିଥିଲା ଓ ଅତ୍ୟଧିକ ରକ୍ତ ସ୍ରାବ ହେତୁ ଘଟଣାସ୍ଥଳରେ ହିଁ ବାଲାଜୀ ମୃତ୍ୟୁ ବରଣ କରିଥିଲେ । କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଅଜିତ ସିଂ ବରିହା ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ମୃତଶବ ବ୍ୟବଛେଦ ନିମନ୍ତେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇଥିବା ସହ ପୋଲିସ ଏକ ଦୂର୍ଘଟଣା ଜନୀତ ମୃତ୍ୟୁ ମାମଲା ଦାୟର କରିବ ସହ ଘଟଣାର ଅଧିକ ଅନୁଧ୍ୟାନ କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.