ଫୁଲବାଣୀରେ ପହିଲି ରଜ ଧୁମ୍‌ଧାମରେ ପାଳିତ

ଫୁଲବାଣୀ : ରଜ ପର୍ବ ହେଉଛି ଏକ ପ୍ରାଚୀନ ପର୍ବ ଓ ଗଣପର୍ବ ଯାହା ଶତାବ୍ଦୀ ଶତାବ୍ଦୀ ଧରି ଓଡିଶାରେ ପାଳନ କରାଯାଇଆସୁଛି । ଏହି ପର୍ବ ବିଶ୍ବାସରୁ ଉତ୍ପନ୍ନ ହୋଇଥିବା କୁହାଯାଏ | ପୃଥିବୀ ମଧ୍ୟ ଜଣେ ମହିଳାଙ୍କ ପରି ରୁତୁସ୍ରାବ କରେ ଏବଂ ବିଶ୍ରାମ ଏବଂ ନବୀକରଣ ଆବଶ୍ୟକ କରେ । ପୌରାଣିକ କାହାଣୀ ଅନୁଯାୟୀ, ରଜ ପର୍ବ ପୃଥିବୀର ପୁନର୍ଜନ୍ମ ଏବଂ ଜୀବନର ନବୀକରଣ ସହିତ ମଧ୍ୟ ଜଡିତ |ଐତିହାସିକ ଭାବରେ, ରଜ ପର୍ବକୁ ଓଡିଶାର ରାଜା ଏବଂ ରାଣୀମାନେ ପାଳନ କରିଥିବାର ବିଶ୍ବାସ କରାଯାଏ l ଯେଉଁମାନେ ଏହାକୁ ନିଜ ଦେଶ ତଥା ଜମିକୁ ନବୀକରଣ କରିବାର ଏକ ମାଧ୍ୟମ ଭାବରେ ବିବେଚନା କରିଥିଲେ।ଏହି ପର୍ବରେ ପୂଜାପାଠ କରାଯାଉଥିବା
ହିନ୍ଦୁ ଦେବୀ ଦେବୀ ଦୁର୍ଗାଙ୍କ ସହ ଜଡିତ ଥିବା ହେତୁ ରଜ ପର୍ବର ମଧ୍ୟ ଧାର୍ମିକ ମହତ୍ତ୍ୱ ରହିଛି ।

ଓଡ଼ିଶାରେ ରଜ ପର୍ବ ଏକ ମହତ୍ବପୂର୍ଣ୍ଣ ଉତ୍ସବ, ସାଧାରଣତ ଜୁନ୍ ମଧ୍ୟଭାଗରେ ପାଳନ କରାଯାଏ । ଏହା ତିନିରୁ ଚାରି ଦିନ ପର୍ଯ୍ୟନ୍ତ ରହିଥାଏ, ପ୍ରତ୍ୟେକ ଦିନ ଏହାର ଅନନ୍ୟ ମହତ୍ତ୍ବ ରହିଥାଏ । ପ୍ରଥମ ଦିନ ପହିଲି ରଜ ନାମରେ ଜଣାଶୁଣା, ଏହି ଦିନ କୁଆଁରୀ ଝିଅ ମାନେ କୌଣସି ଘରୋଇ କାମ ନକରି ଖେଳ କୁଦ ମାଉଜ କରିଥାନ୍ତି l ଏହି ଅବସର ରେ କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସହର ସ୍ଥିତ ଅରବିନ୍ଦ ନଗର ଠାରେ ଅଙ୍ଗନବାଡି କେନ୍ଦ୍ର ଓ ତ୍ରିଲୋଚନ ମିଉଜ଼ୀକାଲ ମିଳିତ ଆନୁକୂଲ୍ୟରେ ଅରବିନ୍ଦନଗରର କୁନି କୁନି ପିଲା ଓ ବାଳକ ବାଳିକା ଙ୍କ ଗହଣରେ ରଜପର୍ବ ପାଳିତ ହୋଇଯାଇଛି l

ରଜ ପର୍ବରେ ନାଚ, ପୁଚି ଖେଳ, ରଙ୍ଗୋଲି. ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା l କାର୍ଯ୍ୟକ୍ରମରେ ଜ଼ିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶାର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ, ଏବିଭିପି କାର୍ଯ୍ୟକର୍ତା ତଅପୋଇ କହଁର , ଜିଲ୍ଲା ପ୍ରମୂଖ ଶିବାଶିଷ ପଣ୍ଡା, ସଜନା କହଁର , ଆପ ର ମହିଳା ନେତ୍ରୀ ରଶ୍ମିତା ପଟ୍ଟନାୟକ , ଜାଗ୍ରତ କନ୍ଧମାଳ ଓବିସି ସଂଗଠକ ବିପ୍ରବର ସ୍ୱାଇଁ, ଅଙ୍ଗନବାଡି କର୍ମୀ ବୈଜୟନ୍ତୀ କହଁର ଉପସ୍ଥିତ ଥିଲେ l ବାଳିକା ମାନଙ୍କ ଦୋଳି ଖେଳା ଠୂ ଆରମ୍ବ କରି ପୁଚି ଖେଳ, ମିଉଜ଼ୀକ ଚୌକି ଖେଳ ଅନୁଷ୍ଠିତ ହୋଇଥିଲା. ସବୁବର୍ଷ ପରି ରଜ ପର୍ବ ଅରବିନ୍ଦନଗର ଠାରେ କରାଯାଇଥିବାରୁ ଏହି ପର୍ବ ଦ୍ୱାରା ଭାଇଚାରା ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ବେହେରା କହିଥିଲେ l ଅତିଥି ବିପ୍ରବର ସ୍ୱାଇଁ ଏହାଦ୍ୱାରା ପିଲାଙ୍କ ମନ ରେ ସଂସ୍କୃତି ପ୍ରତି ଉତ୍ସାହ ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ l ନୃତ୍ୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଦିତି କହଁର , ଦ୍ୱିତୀୟ ସ୍ଥାନ ଖୁସି ଦିଗାଲ , ପୁଚି ଖେଳରେ ପ୍ରଥମ ଅସ୍ମି କିରଣ କହଁର , ଦ୍ୱିତୀୟ ଲଭଲି ବେହେରା, ମିଉଜ଼ୀକ ଚୌକିରେ ପ୍ରଥମ ଶୁଭଶ୍ରୀ ପ୍ରଧାନ , ପାୟଲ ମହାକୁଡ଼ ହୋଇଥିଲେ l କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଆୟୋଜିତ ଏହି ଉତ୍ସବରେ ଆୟୋଜକ ତ୍ରିଲୋଚନ ଗଣ୍ଡା ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.