କାଳବୈଶାଖୀ ପବନ ରେ ଭାଙ୍ଗିଲା ସଭାସ୍ଥଳ ଚିନ୍ତା ରେ ପ୍ରଶାସନ ଓ କର୍ମୀ

ଭଦ୍ରକ : ଆସନ୍ତା କାଲି ରବିବାର ଦୁଇଦିନିଆ ଭଦ୍ରକ ଜିଲ୍ଲା ଗ୍ରସ୍ତ ଆସୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନ ଏଥି ପାଇଁ ପ୍ରଶାସନ ପକ୍ଷରୁ କିଛି ଦିନ ହେବ ନାହିଁ ନ ଥିବା ତତ୍ପରତା ପ୍ରକାଶ ଓ ପାଇଥିଲା ପ୍ରଥମ ଦିନ ରେ (ରବିବାର) ସଦର ମହକୁମାରେ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ଥିବା ବେଳେ ଦ୍ବିତିୟ ଦିନ ରେ (ସୋମବାର)ସଚିବ ଚାନ୍ଦବାଲି ବାସୁଦେବପୁର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ କୁ ତୁଫାନୀ ଗ୍ରସ୍ତ କରିବେ ସୋମବାର ସଚିବ ୨୦ ଟି କାର୍ଯ୍ୟକ୍ରମ ରେ ଯୋଗ ଦେବେ ତେବେ ଆସନ୍ତା କାଲି

(ରବିବାର)କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ର ପ୍ରସ୍ତୁତି ଏକ ପ୍ରକାର ଚୁଡାନ୍ତ ପର୍ଯ୍ୟାୟ ପହଞ୍ଚି ଥିବା ବେଳେ ଆଜି ଅପରାହ୍ନ ରେ କାଳବୌଶାଖି ର ପ୍ରଭାବ ରେ ଅନେକ କିଛି କ୍ଷତି ହୋଇ ପଡିଥିବା ପରିଲକ୍ଷିତ ହୋଇଛି ମୁଖ୍ଯତଃ ମିଶନ ଶକ୍ତି ମହିଳାଙ୍କ ସମାବେଶ ପାଇଁ ସହରର ଗାନ୍ଧି ପଡିଆ ରେ ଟେଣ୍ଟ (ସଭାସ୍ଥଳ) ତିଆରି କାର୍ଯ୍ୟ ଶେଷ ହୋଇ ଥିବା ବେଳେ କାଳବୌଶାଖୀ ଯୋଗୁଁ ତାହା ଭାଙ୍ଗି ଭୂଇଁ ରେ ଲୋଟିଛି ପବନ ରେ କପଡା ଚିରି ଯାଇଥିବା ବେଳେ ପୁରା ଟେଣ୍ଟ ଟି ଭାଙ୍ଗି ଯାଇଛି ସେହିଭଳି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସର ରେ ନାଗରିକ ସମାଜ ଓ ଅନ୍ଯ ସଂଗଠନ ସହ ଆଲୋଚନା ଲାଗି ତିଆରି ହୋଇଥିବା ଟେଣ୍ଟ ର ଅବସ୍ଥା ମଧ୍ଯ ତ୍ରୁପ ହୋଇ ଛି ଏଠାରେ ୭୫ ପ୍ରତିଶତ କାର୍ଯ୍ୟା ସରିଥିଲା କିନ୍ତୁ ପବନ ସବୁ ବିଗାଡି ଦେଇଛି ସେହିଭଳି ଭଦ୍ରକ କଲେଜ ପରିସର ରେ ଛାତ୍ର ଛାତ୍ରୀଙ୍କ ସହ ଆଳପ କାର୍ଯ୍ୟକ୍ରମ ପାଇଁ ହୋଇଥିବା ସାଜ ସଜ୍ଜା ମଧ୍ଯ କ୍ଷତି ପହଞ୍ଚିଛି ତେବେ ଅଚାନକ ଏହି କାଳବୌଶାଖୀ ସ୍ବତଃ ପ୍ରଶାସନ ର ଚିନ୍ତା ବଢାଇ ଦେଇଛି ଆସନ୍ତା କାଲି ଅପରାହ୍ନ ରେ ସଚିବ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା ବେଳେ ଏହା ପୂର୍ବ ରୁ କେମିତି ପୁନଃ ସାଜ ସଜ୍ଜା ସମ୍ବବ ହେବ ସେଥିପାଇଁ ପୁନଃ ଉଦ୍ୟମ ଆରମ୍ଭ ହୋଇ ଛି ଅପରାହ୍ନ ପକ୍ଷେ କାଳବୌଶାଖୀ ଯୋଗୁଁ ସହରର ବିଭିନ୍ନ ସ୍ଥାନ ରେ ଛୋଟ ବଡ ଗଛ ଡାଳ ଭାଙ୍ଗି ପଡିଛି ଏଥି ସହିତ ବିଦ୍ୟୁତ ସରବରାହ ମଧ୍ଯ ବ୍ଯାହତ ହୋଇଛି

nis-ad
Leave A Reply

Your email address will not be published.