ବିଦ୍ୟୁତ ଆଘାତରେ ଚାଲିଗଲା ମା ଓ ପୁଅଙ୍କ ଜୀବନ

ଖଇରା/ସୋର: ବାଲେଶ୍ବର ଜିଲ୍ଳା ଖଇରା ଥାନା ଅଧୀନ ମହତୀପୁର ପଞ୍ଚାୟତର ନାହୁଲ ଗାଁର ବିଦ୍ୟୁତ ଆଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି। ନାହୁଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ(୪୫) ଓ ପୁଅ ରାମଚନ୍ଦ୍ର ଦାସ (୨୭) ଆଜି ସକାଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ମା ତିଳୋତ୍ତମା ଓ ପୁଅ ରାମଚନ୍ଦ୍ର ଘର ପାଖରେ ଥିବା ବାଡ଼ିକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଘର ବନାଇବା ଲାଗି ପଡ଼ିଥିବା ରଡ଼ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ଉଭୟ ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଘରେ ଥିବା ତାଙ୍କ ସାନ ଝିଅ ଖବର ପାଇ ଖଇରାରେ ଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଖବର ଦେଇଥିଲେ।

ପୂର୍ଣ୍ଣଚନ୍ଦ୍ର ପହଞ୍ଚି ତୁରନ୍ତ ମା ଓ ପୁଅ ଉଭୟଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଏପରି ଅଭାବନୀୟ ଘଟଣା ଘଟିଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖଇରା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏଇ ଘଟଣା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।

nis-ad
Leave A Reply

Your email address will not be published.