ମାଲକାନଗିରି କାରାଗାର ରେ ବିଚାର ଧୀନ କୈଦୀ ର ଆତ୍ମହତ୍ୟା…

ମାଲକାନଗିରି : ମାଲକାନଗିରି ଆଜି ସକାଳ ଭୋର ୪ଟା ସମୟରେ ଶୌଚ ହେବାକୁ ଭୋର ପ୍ରାୟ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଚାରାଧୀନ କଏଦୀ ଜଣକ ହେଲେ mpv 37 ଗାଁ ର ବିଧାନ ମିର୍ଧା । ଦୁଇ ଦୁଇଟି ହତ୍ୟା କାଣ୍ଡର ଅଭିଯୋଗ ଥିବା ବିଚାରାଧୀନ କଏଦୀ ଙ୍କ ଆତ୍ମହତ୍ୟା କୁ ନେଇ ସନ୍ଦେହ ଉପୁଜିଥିବା ବେଳେ ଦିନକୁ ଅସୁରକ୍ଷିତ ପାଲଟୁଥିବା ମାଲକାନଗିରି ଉପ କାରାଗାର ଚର୍ଚ୍ଚାରେ ରହିଛି । ପୂର୍ବରୁ ନିର୍ଦ୍ଧାରିତ ସଂଖ୍ୟା ରୁ ଅଧିକ କୈଦି ରହିବା ଯୋଗୁ ଯାବତୀୟ ଅସୁବିଧାର ସମ୍ମୁଖୀନ ହେବାର ନଜିର ରହିଛି । ପୂର୍ବରୁ ୫ମାସ ତଳେ ପ୍ରଶାନ୍ତ କୁଣ୍ଡୁ ନାମକ ଜଣେ ବିଚାରାଧୀନ କଏଦୀ ଙ୍କୁ ମୁନା ବରାଳ ନାମକ ଜଣେ କଏଦୀ ଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ ହୋଇଥିଲା । ଦିନକୁ ଦିନ ଉପ କାରାଗାର ମଧ୍ୟରେ ଘଟୁଥିବା ଘଟଣା କୁ ନେଇ ପ୍ରଶାସନିକ ସ୍ତରରେ ତଦନ୍ତ ଆବଶ୍ୟକ ରହିଥିବା ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

nis-ad
Leave A Reply

Your email address will not be published.