କିଶୋର ହେଲେ ତୁମୁଡିବନ୍ଧ ବ୍ଲକ ଏସଡ଼ିସି ମେମ୍ବର

ଫୁଲବାଣୀ : ଆଦିବାସୀ, ହରିଜନ ଏବଂ ପଛୁଆବର୍ଗଙ୍କ ଉନ୍ନତି ପାଇଁ ସରକାର ଙ୍କ ପ୍ରୟାସ ଜାରି ରହିଛି । ଏଥିପାଇଁ ସରକାର ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ଏସଡ଼ିସି ସଭ୍ୟ ଙ୍କୁ ନିଯୁକ୍ତି କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ କିଛି ଦିନ ହେଲା ଏହି ପଦବୀ ଖାଲିଥିବା ବେଳେ ଏବେ କିଶୋରଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି ସରକାର । ଝିରିପାଣି ପଞ୍ଚାୟତ ଚଯାଙ୍ଗି ଗ୍ରାମର କିଶୋର ଚନ୍ଦ୍ର ପାତ୍ର ଏହି ଦାଇତ୍ୱ ପାଇ ବେଶ ଖୁସି ଅଛନ୍ତି । ତୁମୁଡିବନ୍ଧ ବ୍ଲକ ର ଉନତି ପାଇଁ ସେ ଯଥା ସାଧ୍ୟ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥିପାଇଁ ସେ ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ,ବାଲିଗୁଡା ବିଧାୟକ ଚକ୍ରମଣି କଂହର ,ବାଲିଗୁଡା ବ୍ଲକ ସଭାପତି ଟୁନାଦାଶ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ,ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

nis-ad
Leave A Reply

Your email address will not be published.