ଜିଲ୍ଲା ଘାସିକୁଳ ସମାଜକଲ୍ୟାଣ ସମିତିର ମହାସଭା

ଫୁଲବାଣୀ : ଜିଲ୍ଲା ଘାସି କୁଳ ସମାଜ କଲ୍ୟାଣ ସମିତି କନ୍ଧମାଳର ତ୍ରି-ଦିବସୀୟ ମହା ସମ୍ମିଳନୀ ତା ୭,୮,୯ ଜୁନ ୨୦୨୩ ରିଖ ଦିନ ଜିଲ୍ଲାର ୧୨ ଟି ବ୍ଳକର ଘାସି/ହାଡି ସଂପ୍ରଦାୟର ଜାତି ଭାଇକୁ ନେଇ କରଯାଇଥିଲା । ତା ୭.୬,୨୦୨୩ ରିଖ ଦିନ ସମୟ ଅପରାହ୍ନ ୧ ଘଣ୍ଟା ସମୟରେ ମାଦିକୁନ୍ଦା ଛକ, ଫୁଲବାଣୀ ଠାରୁ ପାରମ୍ପରିକ ବାଜା ବାଦ୍ୟରେ ଶୋଭାଯାତ୍ରାରେ ବାହାରି ମହାସମ୍ମିଳନୀ ସ୍ଥଳ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ପର୍ଯ୍ୟନ୍ତ ଯାଇ ପହଞ୍ଚି ଥିଲା ଏବଂ ସନ୍ଧ୍ୟା ୫ ଘଣ୍ଟା ସମୟରେ ମୁଖ୍ୟ ଅତିଥି ଧର୍ମେନ୍ଦ୍ର କୁମାର ତାଣ୍ଡି, ଲୋକ ସମ୍ପର୍କ ଅଧିକାରୀ ସ୍ବାସ୍ଥ୍ୟ ବିଭାଗ ଫୁଲବାଣୀଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ଜିଲ୍ଲା ସଭାପତି ବିଶିକେଶନ ନାୟକଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା । ମୁଖ୍ୟ ଅତିଥୁ ଶ୍ରୀ ତାଣ୍ଟି ଅନେକ ଉପାଦେୟ କଥାବସ୍ତୁ କହି ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ସମାଜର ଆଇନ ପରାମର୍ଶଦାତା ସତ୍ୟ ନାରାୟଣ ବେହେରା ଯୋଗଦାନ କରି ସମାଜର ବିଭିନ୍ନ ସମସ୍ୟା କିପରି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ପରାମର୍ଶ ଦେଇଥିଲେ । ସାଧାରଣ ସମ୍ପାଦକ ବିମ୍ବାଧର ମୁଖୀ ବିବରଣୀ ପାଠ କରିଥିଲେ ଅନ୍ୟାନ୍ୟ ବକ୍ତା ଭାବେ କୋଷାଧ୍ୟକ୍ଷ ପ୍ରତାପ ମୁଖୀ, କ ନୂଆଗାଁ ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ମୁଖୀ, ଫୁଲବାଣୀ ବ୍ଲକ ସଭାପତି ସଂକର୍ଷଣ ନାୟକ ପ୍ରମୁଖ ମତ ବ୍ୟକ୍ତ କରିଥିଲେ । ତା ୦୮.୦୬.୨୦୨୩ ରିଖ ୨ୟ ଦିନ ବୈଠକରେ ସମାଜର ସଭାପତି ବିଶିକେସନ ନାୟକ ଓ ସାଧାରଣ ସମ୍ପାଦକ ବିମ୍ବାଧର ମୁଖୀ ଜିଲ୍ଲା କମିଟି ଭଙ୍ଗ କରାଯିବାର ସୂଚନା ଦେଇଥିଲେ ଓ ନୂତନ ଜିଲ୍ଲା କମିଟି ଗଠନ ପାଇଁ ପ୍ରସ୍ତାବ ଆଣିବାକୁ ଆହ୍ୱାନ ଦେଇଥିଲେ ଓ ସର୍ବସମ୍ମତିରେ ଜିଲ୍ଲା ଘାସି କୁଳ ସମାଜ କଲ୍ୟାଣ ସମିତି, କନ୍ଧମାଳର ନୂତନ ସଭାପତି ରୂପେ ଗୁରୁଦେବ ମୁଖୀ, ଫୁଲବାଣୀ ଉପସଭାପତି ଦୁର୍ବାଷା ନାୟକ,ରତା ଖଣ୍ଡି, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ମୁଖୀ, ସାରଙ୍ଗଗଡ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ମୁଖୀ, ଫୁଲବାଣୀ, ସଂଗଠନ ସମ୍ପାଦକ ମୁକେଶ ମୁଖୀ ବୁଡାଗୁଡାସହ ସମ୍ପାଦକ ଉମା ଚରଣ ମୂଖୀ, ଫୁଲବାଣୀ କୋଷାଧକ୍ଷ ସୁଶାନ୍ତ କୁମାର ମୁଖୀ,ବାଳନ୍ଦାପଡା ଓ ଉପଦେଷ୍ଟା ମଣ୍ଡଳୀ- ସର୍ବଶ୍ରୀ ବିମ୍ବାଧର ମୁଖୀ, ବିଶିକେଶନ ନାୟକ, ତ୍ରିନାଥ ବେହେରା। ନିରଞ୍ଜନ ନାୟକ, ଶ୍ରୀମତୀ ବସୁମତି ନାୟକ, ସେବତୀ ନାୟକ ଓ ମୁରଲୀ ମୁଖ୍ୟଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ଏବଂ ଆଇନ ପରାମର୍ଶ ଦାତା ତଥା ମୁଖ୍ୟ ଉପଦେଷ୍ଟା ଭାବେ ଆଇନଜୀବୀ ସତ୍ୟ ନାରାୟଣ ବେହେରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯିବା ସହିତ ୧୨ ଗୋଟି ବ୍ଲକରୁ ୩ ଜଣ ଲେଖାଏଁ କାର୍ଯ୍ୟକାରୀ କମିଟି ସଦସ୍ୟ ମନୋନୀତ କରାଯାଇଥିଲା ।

ନିର୍ବାଚନ ପରେ ନବନିର୍ବାଚିତ ସଭାପତି ଓ କାର୍ଯ୍ୟ କର୍ତ୍ତାମାନଙ୍କୁ ଆଇନଜୀବୀ ସତ୍ୟ ନାରାୟଣ ବେହେରା ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଶପଥ ପାଠ କରାଇଥିଲେ ।ଏହାପରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ନବନିର୍ବାଚିତ ସଭାପତି ଗୁରୁଦେବ ମୁଖୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ୧୦ ଗୋଟି ଦାବି ସରକାରଙ୍କୁ ଦିଆଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି କରାଗଲା । ଦାବି ସମୂହ ଯଥାକ୍ରମେ -ଜିଲ୍ଲା ଘାସି କୁଳ ସମାଜ କଲ୍ୟାଣ ସମିତି, କନ୍ଧମାଳର କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭୂମି ପ୍ରଦାନ, ଘାସି/ହାଡି ସଂପ୍ରଦାୟର ଭୂମି ହିନ ପରିବାରଙ୍କୁ ଘରଡିହ ଓ ଚାଷ ଜମି ନିମନ୍ତେ ଭୂମି ପ୍ରଦାନ, ଘାସି/ହାଡି ସମ୍ପ୍ରଦାୟର ବାସହୀନ ପରିବାରଙ୍କୁ ବାସ ଗୃହ ପ୍ରଦାନ, ଘାସି/ହାଡି ସମ୍ପ୍ରଦାୟର ଶିକ୍ଷିତ ଯୁବକ/ଯୁବତୀଙ୍କୁ ବିଭିନ୍ନ ଦପ୍ତରରେ ନିଯୁକ୍ତି ପ୍ରଦାନ ଘାସି /ହାଡି ସମ୍ପ୍ରଦାୟର ବାର୍ଦ୍ଧକ୍ୟ ବିଧବା, ବିକଳାଙ୍ଗଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ ଓ ବାଦ ପଡିଥିବା ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ପ୍ରଦାନ କରାଯାଉ , ଘାସି/ହାଡି ସମ୍ପ୍ରଦାୟର ଗ୍ରାମ ପଞ୍ଚାଯତ, ବିଜ୍ଞାପିତ ଅଞ୍ଚଲ ପରିଷଦ ଓ ପୌର ପରିଷଦରେ କାର୍ଯ୍ୟରତ କର୍ମଚାରୀ ନିୟମିତ ଘୋଷଣା କରାଯାଉ, ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ଘାସି/ ହାଡି ସମ୍ପ୍ରଦାୟର ସମାଜ ଗୃହ ନିର୍ମାଣ ନିମନ୍ତେ ଭୂମି ବନ୍ଦୋବସ୍ତ କରାଯାଉ, ବିଭିନ୍ନ ସମ୍ପ୍ରଦାୟର ମାଙ୍ଗଳିକ ଓ ସଂସ୍କୃତିକ କାର୍ଯ୍ୟ ମାନଙ୍କର ବାଜା, ବାଦ୍ୟ ସହ କଳା ପ୍ରଦର୍ଶନ କରୁଥିବା କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଉ, ବଣିଆ, ବାଉଁଶ ପାତି କାମ ଓ ପିତଳ ଜଳେଇ ଓ ରସ କାମ କରୁଥିବା ଘାସ/ ହାଡି ପରିବାରଙ୍କୁ ସରକାରଙ୍କ ଡୋକରା ସ୍ଟିମରେ ରୁଣ ପ୍ରଦାନ କରି ଆର୍ଥିକ ମାନଦଣ୍ଡ ବଜାଯାଉ, ଘାସି/ହାଡି ସମ୍ପ୍ରଦାୟର ମାନଙ୍କୁ SHG Group ମାଧ୍ୟମରେ ଅର୍ଥ ସହାୟତା ଓ ରୁଣ ଲଗାଣ କରି ଆର୍ଥିକ ମାନ ଦଣ୍ଡ ସୁଦୃଢ କରାଯାଉ ।ସଭାରେ ପୂର୍ବତନ ସଭାପତି ବିଶିକେଶନ ନାୟକ, ଉପ ସଭାପତି ତ୍ରିନାଥ ବେହେରା, ସାଧାରଣ
ସମ୍ପାଦକ ବିଶ୍ଵଧର ମୁଖୀ, ସଂଗଠନ ସମ୍ପାଦକ ଉମାଚାରଣ ମୁଖୀ, କୋଷଧକ୍ଷ ପ୍ରତାପ ମୁଖୀଙ୍କୁ ଉତ୍ତରୀୟ ଦେଇ ବିଦାୟ ସମ୍ବର୍ଦ୍ଧନ ଦିଆଯାଇ ଥିଲା ଏବଂ ଉକ୍ତ ଦାବିପତ୍ର ତା ୦୯.୦୬, ୨୦୨୩ ରିଖରେ ଜିଲ୍ଲାପାଳ, କନ୍ଧମାଳଙ୍କ
ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । ଶେଷରେ ସଂଗଠନ ସମ୍ପାଦକ ମୁକେଶ କୁମାର ମୁଖୀ ଧନ୍ୟବାଦ ଦେଇଥିଲେ l

nis-ad
Leave A Reply

Your email address will not be published.