ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ, ବଡ଼ ପୋଟଳ ପଡିବା ଶେଷ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଜୋରସୋରରେ ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ। ଆଜି ତିନି ରଥରେ ବଡ଼ ପୋଟଳ ପଡିବା କାର୍ଯ୍ୟ ଶେଷ ହୋଇଛି । ଗତକାଲି ତିନିରଥକୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ କରାଯାଇଥିଲା। ଦର୍ପଦଳନ ରଥର ଆଗ ଆଣି, ପଛଆଣି ଏବଂ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଆଗଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଥିଲା।

ତିନିରଥ ଚାଳିରେ ପୋଟଳ ର୍ନିମାଣ କାର୍ଯ୍ୟ ମହାରଣା ସେବକ ମାନଙ୍କ ଦ୍ୱାରା ଆରମ୍ଭ ହୋଇ ର୍ନିମାଣ କାର୍ଯ୍ୟ ଶେଷ ବେଳକୁ ’ବଡ ଧରା’ ବା ’ବଡ ଛତା’ ପୋଟଳକୁ ମିଶାଇ ଛଅ, ଛଅଟି ଲେଖାଁଏ ପୋଟଳ ର୍ନିମାଣ ଶେଷ ହୋଇଛି।

ପ୍ରଥମ ’ବଡ ଧରା’ ପୋଟଳ ରଥରେ ସେଟିଙ୍ଗ ପାଇଁ ତିନିରଥର ତୃତୀୟ ଭୂଇଁ ଉପରେ ୪ଟି ଲେଖାଁଏ ପୋଟଳ ଖମ୍ବୀ ଏବଂ ଦୁଇଟି ଲେଖାଁଏ ଶେଣୀ ସେଟିଙ୍ଗ ହୋଇଛି । ଚିତ୍ରକାରମାନେ ତିନି ରଥର ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ କାର୍ଯ୍ୟ ଜାରି ରଖିବା ସହ ଆଜି ତିନିରଥର ବାହ୍ୟ ଅଂଶ ଗୁଡିକର ରଙ୍ଗ ପାଇଁ ଚକ, ଗୁଜ ଓ ଦଣ୍ଡା ଆଦିରେ ପ୍ରାଇମର ଦେବା ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.