ବ୍ୟାଟ ଧରି ଶୁଭମନ ଗିଲଙ୍କୁ ପିଟିଲେ ଈଶାନ କିଷନ

ନୂଆଦିଲ୍ଲୀ: ଭାରତ ଓ ଅ‌ଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ। ଲଣ୍ଡନରେ ଏହା ଖେଳାଯିବାକୁ ଥିବା ବେଳେ ଏବେ ଭାରତୀୟ ଟିମ୍ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଭାରତ ଲଗାତାର ଦ୍ବିତୀୟ ଥର ଏହି ଚାମ୍ପିୟନସିପ ଖେଳିବାକୁ ଯାଉଥିବା ବେଳେ ଅ‌ଷ୍ଟ୍ରେଲିଆ ପ୍ରଥମ କରି ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳିବାକୁ ଯାଉଛି। ବିଶ୍ବ ଟେଷ୍ଟ ଚାମ୍ପିୟନସିପକୁ ଜିତିବା ପାଇଁ ଭାରତୀୟ ଟିମ୍ ଖୁବ ଜୋର ସୋରରେ ଅଭ୍ୟାସ କରୁଛି।
ଏମଧ୍ୟରେ ଟିମ୍ ଇଣ୍ଡିଆର ଏକ ଭିଡିଓ ଭାଇରାଲ ହେଉଛି, ଏଥିରେ କ୍ରିକେଟରମାନେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପାଇଁ କିଭଳି ଫଟୋସୁଟ କରିଥିଲେ ଏବଂ କିଭଳି ଅଭ୍ୟାସ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ଭିଡିଓରେ ଭାରତୀୟ ଟିମର ବଡ଼ ବଡ଼ ଖେଳାଳି ଫଟୋସୁଟ କରୁଥିବା ନଜର ଆସିଛି। ଏମଧ୍ୟରେ କ୍ରିକେଟର ଈଶାନ କିଷନ, ଶୁଭମନ ଗିଲଙ୍କୁ ବ୍ୟାଟରେ ପିଟୁଥିବା ଦେଖାଯାଇଛି। ତେବେ ଈଶାନ ଏଭଳି ମଜାରେ କରିଥିବା ଭିଡିଓରେ ଦେଖିବାକୁ ମିଳିଛି।
ତେବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ, କାରଣ ‌‌ସେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଧିନାୟକର ଦାୟିତ୍ବ ବହନ କରୁଛନ୍ତି।

nis-ad
Leave A Reply

Your email address will not be published.