ବିଦ୍ୟୁତ ଚୋରୀ କୁ ନେଇ ଥାନାରେ ମାମଲା ରୁଜୁ..

ବ୍ରହ୍ମପୁର : ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । ସୂଚନା ମୁତାବକ କବିସୂର୍ଯ୍ୟନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ପୂର୍ବରୁ ବିଦ୍ୟୁତ ବିଲ ବକେୟା ଥିଲା । ଯାହାକୁ ନେଇ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ସେହି ବ୍ୟକ୍ତି ଜଣକ ବେଆଇନ ଭାବେ ନିଜ ଘରକୁ ବିଦ୍ୟୁତ ସଂଯୋଗ କରିଥିବା ଯାଞ୍ଚ ପରେ ଜଣା ପଡି଼ଥିଲା । ଭାରତୀୟ ବିଜୁଳି ଆଇନର ଧାରା ଉଲଂଘନ କରିଥିବାରୁ ଏ ସମ୍ପର୍କରେ କବିସୂର୍ଯ୍ୟନଗର ଥାନାରେ ଏକ ଲିଖିତ ମାମଲା ରୁଜୁ ହୋଇଛି ବୋଲି ବିଭାଗ ତରଫରୁ ସୂଚନା ମିଳିଛି

nis-ad
Leave A Reply

Your email address will not be published.