ଫିରିଙ୍ଗିଆ ବ୍ଳକ୍ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣା : ପର୍ଦାଫାସ କଲା ପୁଲିସ..

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାର ପର୍ଦାଫାସ କରିଛି ପୁଲିସ। ଆଗକୁ ନିର୍ବାଚନ ରହିଛି। ନିଜ ପ୍ରତି ରହିଥ‌ିବା ଜନ ସମର୍ଥନ ଓ ତାଙ୍କୁ ଅପହରଣ କରାଗଲେ ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା କଣ ରହୁଛି ଜାଣିବା ପାଇଁ ସେ ଓ ତାଙ୍କ ସହଯୋଗୀ ମାନେ ମିଶି ଏଭଳି ଅପହରଣ ନାଟକ ରଚିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅପହରଣ ନାଟକ ରଚିଥିବା ସମିତି ଉପାଧ୍ୟକ୍ଷ ଅଜିତ ସାହୁଙ୍କ ସମେତ ସହଯୋଗୀ ବିରଞ୍ଚି ମଲିକ, ବସନ୍ତ ମଲିକ, ଅଜିତ ରଣା, ତ୍ରିଲୋଚନ ଝାଙ୍କର ଓ ଯୁକ୍ତେଶ୍ଵର ରଣାଙ୍କୁ ପୁଲିସ ଗିରଫ କରିଛି। ଫିରିଙ୍ଗିଆ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ । ପ୍ରକାଶ ଥାଉ କି ଗତ ୨ ତାରିଖ ରାତିରେ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଲିକ ଓ ସହଯୋଗୀ ବସନ୍ତ ମଲିକ ଏବଂ ଅଜିତ ଗୋଟିଏ କାରରେ ଜାଯେ
ଶପଙ୍ଗା ବାହାରି ଥିଲେ । ବାଟରେ ସେମାନେ କାର ଛାଡ଼ି ପଳାଇଥିଲେ। ଯୋଜନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ରେଘାମୁଣ୍ଡା ଗ୍ରାମର ଅଜିତ ରଣା ସେମାନଙ୍କୁ ସେଠାରେ ଅପେକ୍ଷା କରିଥିଲେ। ସେଠାରୁ ବାଇକରେ ସେମାନେ ରେଘାମୁଣ୍ଡା ଯାଇ ରାତିରେ ସେଠାରେ ରହିଥିଲେ। ଉଭୟ ବିରଞ୍ଚି ଏବଂ ବସନ୍ତ ଫେରିଆସି ତା’ପର ଦିନ ସକାଳୁ ଅଜିତ ନିଖୋଜ ହୋଇଥିବା ନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ପରଦିନ ତ୍ରିଲୋଚନ ଝାଙ୍କର ତାଙ୍କୁ କଣ୍ଟାମାଳ କଲେଜ ପାଖରେ


ଛାଡିଥିଲେ। ସେଠାରୁ ଯୁକ୍ତେଶ୍ଵର ରଣା ନାମକ ଅନ୍ୟ ଜଣେ ସହଯୋଗୀ ତାଙ୍କୁ ନେଇ ବାଲିଗୁଡ଼ା ଥାନା ସୁଡ୍ରା ଘାଟି ପାଖରେ ଛାଡ଼ି ଆସିଥିଲେ। ସେଠାରୁ ଅଜିତ ଚାଲି ଚାଲି ଯାଇ ସୁଦ୍ରାରେ ପହଞ୍ଚି ତାଙ୍କୁ କିଛି ଲୋକ ଅପହରଣ କରି ନେଇ ବାଲିଗୁଡା ଜଙ୍ଗଲରେ ରଖିଥିବା ଏବଂ ମାରପିଟ କରିଥିବା ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରି ସହାୟତା ମାଗିଥିଲେ। ପୁଲିସ ବିରଞ୍ଚି ଓ ବସନ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଏହି ନାଟକର ସୂତ୍ର ପାଇବା ପରେ ସୁତ୍ରାରୁ ଉପାଧ୍ୟକ୍ଷଙ୍କୁ ଉଦ୍ଧାର କରିଛି। ମିଛ ଅପହରଣ ନାଟକ ରଚିଥିବା ଅଭିଯୋଗରେ ପୁଲିସ ଏହି ଘଟଣାରେ ବ୍ୟବହୃତ ଅଜିତଙ୍କ କାର (ଓଡି ୧୫ ଏମ ୬୮୬୬) ଓ ବାଇକ୍ (ଓଡି ୩୨ ଇ- ୪୩୮୮ ଏବଂ ଓଡି ୨୭– ୮୬୦୧) ଜବତ କରାଯାଇଥିବା ସଦର ଏସଡିପିଓ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.