ଜିଲ୍ଲା ରେଡକ୍ରସ ଦ୍ଵାରା ରାବନଡ଼ିହି ଜରାଶ୍ରମ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ

ସୁନ୍ଦରଗଡ଼, (୦୫/୦୬): ରାବନଡ଼ିହିସ୍ଥିତ ଜରାଶ୍ରମ ଠାରେ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି I କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ( ଆପତକାଳୀନ) ତଥା ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦିକା କୁନ୍ତୀ ରାଣୀ ନାୟକ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ନିଜ ପରିବେଶର କିଭଳି ଭାବେ ଯତ୍ନ ନେବା ସେ ସମ୍ପର୍କରେ ଅନ୍ତେବାସୀ ମାନଙ୍କୁ କହିଥିଲେ I କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତେବାସୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ ଏବଂ ସମସ୍ତେ ନିଜ ପରିବେଶ କୁ ସବୁ ବେଳେ ସ୍ୱଚ୍ଛ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ I ସେହିପରି ଅନ୍ତେବାସୀ ମାନେ ନିଜର ଅଭିଜ୍ଞତା ସମ୍ପର୍କରେ କହିବା ସହିତ ନିଜର ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ I ଏଠାରେ ବିଶ୍ଵ ପରିବେଶ ଦିବସ ପାଳନ ହେବା ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡକ୍ରସ ଶାଖା ର କାର୍ଯ୍ୟକାରିଣୀ ବୈଠକ ମଧ୍ଯ ଅନୁଷ୍ଠିତ ହୋଇଥିଲା I
ଏହି ଅବସରରେ ଜରାଶ୍ରମସ୍ଥିତ ବଗିଚା ଠାରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ବୃକ୍ଷରୋପଣ ମଧ୍ୟ କରାଯାଇଥିଲା I କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମାଜସେବୀ ସ୍ନେହଲତା ପଟେଲ, ଜିଲ୍ଲା ରେଡକ୍ରସ ଶାଖାର
ସହ- ସମ୍ପାଦକ ଅଜିତ ପ୍ରସାଦ, ରେଡକ୍ରସର ଆଜୀବନ ସଦସ୍ୟ ଦୂର୍ଗା ମାଧବ ପଟେଲ, ଗୋପକୃଷ୍ଣ ନାୟକ, ପ୍ରତାପ ତ୍ରିପାଠୀ, ପ୍ରଦୀପ ସାହୁ, ଅଭିଳାଷ ହୋତା, ସରୋଜିନୀ ଗର୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.