ବ୍ରହ୍ମପୁର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବ ନାହିଁ l ଦିନକୁ ଦିନ ଅଶାନ୍ତ ଆଡକୁ ଗତି କରୁଛି ବ୍ରହ୍ମପୁର ସହର ସହରରେ ଥିବା ବଡବଜାର ଥାନା, ଟାଉନ ଥାନା, ଗୋଶାଣୀ ନୂଆଗାଁ ଥାନା ଏବଂ ବୈଦ୍ୟନାଥପୁର ଥାନା ଅଞ୍ଚଳ ଅତି ସ୍ପର୍ଶକାତର ଅଟେ, ପୋଲିସ ବିଭାଗର ପେଟ୍ରୋଲଙ୍ଗର ଘୋର ଅଭାବ ଏହାର ମୁଖ୍ୟ କାରଣ ବୋଲି ସହରର ବୁଦ୍ଧିଜୀବୀ ଓ ସାଧାରଣ ରେ ସ୍ୱର ଉଠୁଛି ଏହାର ଫାଇଦା ଉଠାଇ ପୋଲିସ କୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୂବୃତ୍ତ l  ସୂଚନା ଅନୁଯାଇ  ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଆହତ ଯୁବକ ଜଣଙ୍କ ହେଲେ ଧର୍ମନଗର ଅଞ୍ଚଳର ବଳିଆ ସାହୁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡିଛି । ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ବଡ଼ବଜାର ଥାନା ପୋଲିସ ତଦନ୍ତ ଜାରି ରଖିଛି । ଆଗକୁ ଆସୁଛି ସାଧାରଣ ନିର୍ବାଚନ ପୋଲିସ ଏବେ ଠାରୁ ସଜାଗ ନରହିଲେ କେତେଯେ ମୁଣ୍ଡ ଗଡିବ କହି ହେବ ନାହିଁ, ପୋଲିସ ର ଗୋଇନ୍ଦା ବିଭାଗ ମଧ୍ୟ କୋମାରେ, ପୋଲିସ କୁ ବୁଦ୍ଧି ଜୀବି ସୂଚନା ଦେବାକୁ ମଧ୍ୟ ଭୟ କରୁଥିବା ଦେଖିବାକୁ ମିଳୁଛି l ଆମ ପୋଲିସ ମଧ୍ୟ  ଦିଗହରା, ପୋଲିସ ଥାନ ଲ୍ୟାଣ୍ଡ ଫୋନ ବି କରୁନି କାମ, ବାବୁ ମାନଙ୍କ  ମୋବାଇଲ ଫୋନ ଉଠେଇ ବାକୁ ସମୟ ନାହିଁ ତେବେ ଖବର ପାଇବେ ବା କେମିତି ତେଣୁ ଜିଲ୍ଲା ପୋଲିସ ନିରକ୍ଷକ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି 

nis-ad
Leave A Reply

Your email address will not be published.