ବେଆଇନ ଭାବେ ଲୁଟ୍ ହେଉଛି ଧଳା କ୍ୱ।ର୍ଟଜ୍ ପଥର ଅଭିଯୋଗ ଆଣିଲେ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ…

ସନ୍ଦେହ ଘେରେ ପ୍ରସାସାନିକ ଅଧିକାରୀଙ୍କ ଭୂମିକା..!

କାଲିମେଳା,// ମାଲକାନଗିରି ତା ୩/୬ ଜିଲ୍ଲାରେ ଦିନକୁ ଦିନ ନକ୍ସଲ ପ୍ରଭାବ କମିବା ପରେ ଆସୁଛି ନୂଆ ନୂଆ ଖବର । ଦିନେ ଏହି ଜିଲ୍ଲା କୁ ୩୦ନମ୍ବର ଆଖ୍ୟା ଦିଆଯିବା ସହ ଓଡିଶା ବାସୀଙ୍କ ପରିଚୟ ଲାଭ କରିଥିଲା । କିନ୍ତୁ କିଛି ବର୍ଷ ହେବ ଜିଲ୍ଲାର ପ୍ରାକୃତିକ ସମ୍ପଦ ଉପରେ ରହିଛି ପୋଡ଼ଶୀ ରାଜ୍ୟର ନଜର । ଦିନକୁ ଦିନ କିଭଳି ଲୁଟ ଜଙ୍ଗଲ ସମ୍ପଦ ସହ ମୂଲ୍ୟବାନ ପଥର ଖଣି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ପଡିଆ ଅଞ୍ଚଳର ନିଲିଗୁଡା, ମୋଟୁ ଅଞ୍ଚଳର କାଟନପାଲି ଓ ତାଣ୍ଡାବାଇ, କାଲିମେଳା ଅଞ୍ଚଳର ମାନ୍ୟମକୋଣ୍ଡା ଏବଂ ବାଲିମେଳା ଅଞ୍ଚଳରେ ମୂଲ୍ୟବାନ ଧଳା କ୍ୱ।ର୍ଟଜ୍ ପଥର ଖାଦାନରେ ଗଚ୍ଛିତ ରହିଥିବା ଜଣାପଡିଛି । ଏସବୁକୁ ଖଣି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବା ରୁ ବିଗତ ୪ ବର୍ଷ ମଧ୍ୟରେ ତଥା ବିଭିନ୍ନ ସମୟରେ ବିନା ଲିଜରେ ଖନନ କରି ଅନ୍ୟତ୍ର ଚୋରା ଚାଲାଣ କରିଥିବା ନଜିର ରହିଛି । ଏହିଭଲି ଏକ ପଥର ଖଣିରୁ ବେଆଇନ ଖନନ ବିଷୟରେ ନିଶର୍ତ ଖବରରେ ପ୍ରକାଶିତ ହେବା ପରେ ବିଭଗୀୟ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଖଣି ଖନନ କୁ ପ୍ରଶାସନିକ ଅଧିକାରୀ ବନ୍ଦ କରିଥିଲେ । ପୁଣି କିଛି ଦିନର ନୀରବତା ପରେ ଖଣି ବ୍ୟବସାୟୀମାନେ ମାଲକାନଗିରି ଜିଲ୍ଲାରେ ଆସି ଚଳପ୍ରଚଳ ହେଉଥିବା ଜଣାପଡିଛି । ଏହି ଧଳା କ୍ୱ।ର୍ଟଜ୍ପ ଥର ୯୯.୪ ପ୍ରତିଶତ ଗୁଣବତ୍ତା ଥିବାରୁ ଏହାର ବଜାର ମୂଲ୍ୟ ଢେର୍ ଅଧିକ ରହିଥିବା ବେଳେ ଟନ୍ ଟନ୍ ପଥର ଚୋରା ଚାଲାଣ ହେଇସାରିଛି ଏବଂ କିଛି ପଥର ଖାଦାନ ସ୍ଥଳରେ ପଡ଼ି ରହିଛି । ତେବେ କିଛି ଦିନର ନୀରବତା ପରେ ଆନ୍ଦ୍ରର ଖଣି ବ୍ୟବସାୟୀମାନେ ବର୍ତ୍ତମାନ କାଟନପାଲି ଠାରେ ପୁଣି ଖନନ ଆରମ୍ଭ କରିଥିବା ଜଣାପଡିଛି । ଏବଂ ଖାଦାନ ସ୍ଥଳରେ ୨ଟି ହିଟାଚି ମେସିନ୍,୧୪ ଚକ ବିଶିଷ୍ଟ ୨ଟି ଟ୍ରକ,୧୨ ଚକ ବିଶିଷ୍ଟ ଗୋଟିଏ ଟ୍ରେଲର ଏବଂ ପ୍ରାୟ ୨୦ ଜଣ କର୍ମଚାରୀ ନିୟୋଜିତ ଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଚଳିତ ମାସ ୨ ତାରିଖ ରେ ଦଳିତ -ଆଦିବାସୀ ସୁରକ୍ଷା ମଞ୍ଚ ଓଡ଼ିଶା ପକ୍ଷରୁ ସଭାପତି ହାରାନ ମଣ୍ଡଳ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତା ସହିତ ଷ୍ଟିଲ ଓ ମାଇନ୍ସ ବିଭାଗ କୋରାପୁଟ ଓ ଭୁବନେଶ୍ୱର,ବନ ବିଭାଗ,ରାଜସ୍ବ ବିଭାଗ କୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି । ଏବଂ ବେଆଇନ ଖଣି ଲୁଟ୍ ରୋକିବାକୁ ସଂପୃକ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଟାନପାଲ୍ଲି ଗ୍ରାମ ରେ ଏକ ବୈଠକ କରି କୋମିଟି ଗଠନ କରିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.