ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ବ୍ରହ୍ମପୁର ବାର୍ କାର୍ଯ୍ୟାଳୟରେ ଆଇନଜୀବୀଙ୍କ ନିରବ ପ୍ରାର୍ଥନା
ବ୍ରହ୍ମପୁର : ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁର ବାର୍ କାର୍ଯ୍ଯାଳୟରେ ଆଜି ପୂର୍ବାହ୍ନ ୨ଟା ସମୟରେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଏହି ନିରବ ପ୍ରାର୍ଥନା କରିବା ସହ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ବହୁ ଆଇନଜୀବୀ ଏଥିରେ ଉପସ୍ଥିତ ରହି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ଶୋକ ସଭାରେ ଯୋଗ ଦେଇଥିଲେ। ଏଥି ସହିତ ଆଇନଜୀବୀମାନେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରିଥିଲେ। ଗଞ୍ଜାମ ଓକିଲ ସଂଘ ସଂପାଦକ ଶିବ ନାରାୟଣ ସାହୁ, ବରିଷ୍ଠ ଆଇନଜୀବୀ କପିଳ ପଟ୍ଟନାୟକ, ଭଗବାନ ଷଡଙ୍ଗୀ, ମନୋଜ କୁମାର ପଟ୍ଟନାୟକ, ରଞ୍ଜନ କୁମାର ନାହାକ , ଅଭଯ ପଣ୍ଡା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ରହି ଟ୍ରେନ୍ ଦୁର୍ଘଟଣାକୁ ଏକ ଦୁର୍ଭାଗ୍ୟଜନକ ଘଟଣା କହିବା ସହ ମୃତ ବ୍ଯକ୍ତିଙ୍କ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ମୃତ ବ୍ଯକ୍ତିଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।