ଗଞ୍ଜାମ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ହେଲେ ଅଜୟ କୁମାର ମହାରଣା ଓ ପଵିତ୍ର ମୋହନ ପାଣିଗ୍ରାହୀ…

ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀ ଉତ୍ସାହିତ

ହିଞ୍ଜିଳିକାଟୁ ୨।୬ ଗଞ୍ଜାମ ଜିଲ୍ଲା ବିଜେଡି ରେ ୨୩ ଜଣ ଵରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ପାଇଛନ୍ତି। ଏ ନେଇ ଗୁରୁବାର ଗଞ୍ଜାମ ଜିଲ୍ଲାର ବିଜେଡି ଦଳର ନୂଆ କମିଟି ‌ଘୋଷଣା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ମିଳିବା ପରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଖେଳିଯାଇଛି। ଅନ୍ୟପଟେ ହିଞ୍ଜିଳିକାଟୁ ପୌରପରିଷଦ ପୂର୍ବତନ ଉପାଧ୍ୟକ୍ଷ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଙ୍କୁ ଓ ଗଞ୍ଜାମ ଜିଲ୍ଲା ବିଶ୍ବକର୍ମା ସମାଜ ସଭାପତି ତଥା ଵିଜେଡି ର ଜଣାଶୁଣା ନେତା ହେଲ୍ପ ଅନୁଷ୍ଠାନ ର ସଭାପତି ଅଜୟ କୂମାର ମହାରଣା ,ଓ ହିଞ୍ଜିଳିକାଟୁ ବ୍ଲକ୍ ଧୋଵାଡି ପଞ୍ଚାୟତ ବିଜେଡି ନେତା ଦୁର୍ଗା ପ୍ରସାଦ ମହାନ୍ତି ଙ୍କୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ ମିଳିଛି। ସେହିପରି ଵରିଷ୍ଠ ଵିଜେଡି ନେତା ଡି ବିଶ୍ୱନାଥ ଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ହିଞ୍ଜିଳିକାଟୁ ଯୁବ ଵିଜେଡି ନେତା ପ୍ୟାରୀମୋହନ ପାଢି ,ପର୍ଶୁରାମ ସାହୁ, ସସ୍ମିତା ପଟ୍ଟନାୟକ ଓ ହିଞ୍ଜିଳିକାଟୁ ବ୍ଲକ୍ ୬୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ ଙ୍କୁ ଙ୍କୁ ଗଞ୍ଜାମ ଜିଲ୍ଲା କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ ଭାବେ ଦାୟିତ୍ବ ଦିଆଯାଇଛି।ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେଡି ଵହୁ ସଂଗଠନ ସହ ସାଧାରଣ ଲୋକଙ୍କ ପକ୍ଷରୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି

nis-ad
Leave A Reply

Your email address will not be published.