ଟ୍ରାକଟରରୁ ପଡ଼ି ମହିଳାଙ୍କ ମୃତ୍ୟୁ : ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ

ଦାରିଙ୍ଗବାଡି, ୧/୬ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ହାତିମୁଣ୍ଡା ଗ୍ରାମର ଡ୍ରେଙ୍ଗେମାଲା ସାହିର ନିବି ମଳିକର ସ୍ତ୍ରୀ ସଜମିତା ମେରାମାଝୀ (୧୯) ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଟ୍ରାକ୍ଟରରୁ ଛିଡି ପଡି ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ହେଲେ ରାତାରାତି ହାତିମୁଣ୍ଡା ଗ୍ରାମବାସୀ ଗ୍ରାମରଖୀ ଲମ୍ବା ଛୋଟିଆଙ୍କ ସହଯୋଗରେ ମୃତ ଶରୀରକୁ ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ପହଞ୍ଚାଇ ଥାନାରେ ସୂଚନା ଦେଇଥିବା ଖବର ହସ୍ତଗତ ହୋଇଛି। ମୃତା ମହିଳାଙ୍କ ବାପଘର ଏହି ଥାନା ଅଧିନସ୍ତ ସରାମୁଳି ଗ୍ରାମ ପଂଚାୟତର ନାଗେଟି ଗ୍ରାମ ପ୍ରଦୀପ ବେହେରାମଝିଙ୍କ ଝିଅ। ଟ୍ରାକ୍ଟରରୁ ଛିଡି ପଡି ମୃତ୍ୟୁବରଣ କରିଥିବା ପୁଅ ଘର ପକ୍ଷରୁ ଥାନାରେ ଲିଖିତ ଦରଖାସ୍ତ କରାଯାଇଛି। ହେଲେ ସଜିତାର ପରିବାର ସଦସ୍ୟଙ୍କ ସହିତ ନାଗେଟି ଓ ହାତିମୁଣ୍ଡା ଗ୍ରାମବାସୀ ଟ୍ରାକ୍ଟରରୁ ଛିଡି ପଡି ମୃତ୍ୟ ଘଟିଥିବା କଥାକୁ ସହଜରେ ଗ୍ରହଣ ନକରି ହତ୍ୟା କରା ଯାଇ ଥିବା ଦାବୀ କରୁଥିବା ଜଣା ପଡ଼ିଛି।ଖବର ନେବାରୁ ଜଣା ପଡ଼ିଛିଯେ ହାତିମୁଣ୍ଡା ଗ୍ରାମବାସୀଙ୍କ ସମେତ ଝିଅ ପରିବାର ପକ୍ଷରୁ ଝିଅ ସଜମିତାକୁ ହତ୍ୟା କରାଯାଇଥିବା କହୁଛନ୍ତି। ସେମାନଙ୍କ କହିବା କଥା ସ୍ଵାମୀ ହିସାବରେ ନିଜର ସ୍ତ୍ରୀର ମୃତ୍ୟୁ ସମୟରେ ପାଖରେ ନରହି ରାତା ରାତି ନିବି ମଲିକ ଫେରାର ରହିଛି କାହିଁକି। ପୂର୍ବରୁ ନିବି ମଳିକ ସ୍ତ୍ରୀ ସଜମିତାକୁ ବହୁଥରର ବାଡା ପିଟା କରିବା ସହିତ ଜୀବନରେ ମାରିଦେବାକୁ କହିଥିବା କଥା ସଜିତାର ବାପା ପ୍ରଦୀପ ମେରାମାଝୀଙ୍କୁ କହିଥିବା କଥା ପ୍ରକାଶ କରିଛନ୍ତି। ଏହା ସହିତ ଝିଅ ୪ ମାସ ଗଭବତୀ ଥିବା ପ୍ରଦୀପ କହି ଛନ୍ତି। ଆଜି ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ଶବ ବ୍ୟବଛେଦ କରି ସ୍ୱାମୀ ପରିବାର ସଦସ୍ୟଙ୍କୁ ପୋଲିସର ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି। ଏହି ଘଟଣାରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.