କନ୍ଧମାଳ ଜିଲ୍ଲାର କୁଖ୍ୟାତ ଗଂଜେଇ ମାଫିଆ ବଣ୍ଟି ଗୁରୁଚରଣ ସାହାଣୀ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ମାଫିଆ ବଣ୍ଟି ଗୁରୁଚରଣ ସାହାଣୀ ଗିରଫ କରିବାରେ ସଫଳ ହୋଇଛି | ଏହି କ୍ଷେତ୍ରରେ ୭୫ କିଲୋ ଗଞ୍ଜେଇ ସହ ଏକ୍ସୟୁଭି କାର ଓ ଅନ୍ୟ ଏକ ମାଫିଆ ସହଯୋଗୀକୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ। ଗୁରୁଚରଣ ନାରେ ରହିଛି ରାଜ୍ୟ ତଥା ରାଜ୍ୟ ବାହାରେ ଏକାଧିକ ଅପରାଧିକ ମାମଲା | କନ୍ଧମାଳ ଜିଲ୍ଲା ରେ ଦୀର୍ଘ ଦିନ ଧରି ଗଂଜେଇ ଚୋରାଚାଲାଣ କରି ଆଧିପତ୍ୟ ବିସ୍ତାର କରି ଚାଲିଥିବା ଏବଂ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହି ଜିଲ୍ଲାରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଥିବା କୁଖ୍ୟାତ ଅପରାଧୀ ଗିରଫ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ I ଗୁରୁଚରଣ ସହ ତାର ଜଣେ ସହଯୋଗୀକୁ ମଧ୍ୟ ଗିରଫ କରିବା ସହ ତା ପାଖରୁ ଏକ ଏକ୍ସୟୁଭି ଲଗଜରୀ କାର ଓ 75 କିଲୋ ଗଂଜେଇକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି I

ତେବେ ପୋଲିସର ସୂଚନା ଅନୁସାରେ ବୁଧବାର ଗୁରୁଚରଣ ଓ ତାର ଜଣେ ସହଯୋଗୀ ଫିରିଙ୍ଗିଆ ଥାନା କାଷିନୀପଦର ପଞ୍ଚାୟତର କୁଟୁନିପଦର ଅଂଚଳରୁ ଗଞ୍ଜାଇ ଚାଲାଣ କରୁଥିବା କୌଣସି ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା I ସୂଚନା ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଏକ ଟିମ କୁଟୁନିପଦର ରାସ୍ତାରେ ସମ୍ପୃକ୍ତ ଗାଡିଟିକୁ ପୋଲିସ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଅଭିଯୁକ୍ତ ଜଣକ ନିଜେ ଖସିଯିଵା ପାଇଁ ନିଜ କାରକୁ ପୋଲିସ ଗାଡି ସହ ଜାଣିଶୁଣି ଧକ୍କା କରିଥିଲା I ଫଳରେ ପୋଲିସ ଗାଡିଟି ମଧ୍ୟ୍ୟ କ୍ଷତି ଗ୍ରସ୍ତ ହେବା ସହ ଗାଡ଼ିରେ ବସିଥିବା ପୋଲିସ ଅଫିସର ଓ କିଛି ସୁରକ୍ଷା କର୍ମୀ ମଧ୍ୟ୍ୟ ଆହତ ହୋଇଛନ୍ତି I ତେବେ ଗିରଫ ଅଭିଯୁକ୍ତ ବଣ୍ଟି ଗୁରୁଚରଣ ସାହାଣୀର ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ବିଶିପଡା ଗାଁ ରେ ବୋଲି ଜଣା ପଡ଼ିଥିବା ବେଳେ ଗୁରୁଚରଣର ଅନ୍ୟ ଜଣେ ସହଯୋଗୀ ମଧ୍ୟ୍ୟ ସେହି ବିସିପଡା ଗାଁର ଅଭିନାଶ ସାହାଣୀ (21) ବୋଲି ଜଣା ପଡିଛି I ତେବେ ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ 87/2023 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ବୁଧବାର ଜବତ ଗାଡି ଓ ଗଂଜେଇ ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ I ଅନ୍ୟପଟେ ପୋଲିସ ର ସୂଚନା ଅନୁସାରେ ଅଭିଯୁକ୍ତ ଗୁରୁଚରଣ ସାହାଣୀ ଜଣେ ପେସାଦାର ଗଂଜେଇ ମାଫିଆ ବୋଲି ଜଣା ପଡ଼ିଥିବା ବେଳେ ସେ ଗଂଜେଇ ବ୍ୟବସାୟ ସହ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲା I ଦୀର୍ଘ ଦିନ ଧରି ଅଭିଯୁକ୍ତ ଗୁରୁଚରଣ ପୋଲିସର ଟାର୍ଗେଟ ରେ ଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରେ ତା ନାରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ସମ୍ପୃକ୍ତ ଅପରାଧୀ ଜଣକ ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ୍ୟ ତାର ଅପରାଧୀ କ ସାମ୍ରାଜ୍ୟ ବିସ୍ତାର କରିଥିଲା I

କିଛି ଦିନ ତଳେ ସମୃକ୍ତ ଗଂଜେଇ ମାଫିଆ ଜଣକ ରାଜଧାନୀ ଭୁବନେଶ୍ୱରର ଭରତପୁର ଅଂଚଳରେ ନାବାଳିକା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଫେରାର ହୋଇ ଯାଇଥିବା ବେଳେ ତା ନାରେ ଖଣ୍ଡଗିରି ଥାନାରେ ମଧ୍ୟ୍ୟ ଏହି ଘଟଣା ସଂକ୍ରାନ୍ତରେ ଏକ ମାମଲା ରହିଥିବା ବେଳେ କୋଲକାତା ଏକ ଥାନାରେ ମଧ୍ୟ୍ୟ ତା ନାରେ ଏକ ଅପରାଧିକ ମାମଲା ଥିବା ଜଣା ପଡିଛି I ଅନ୍ୟପଟେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାରେ ତା ନାରେ ବିଭିନ୍ନ ମାମଲା ରହିଥିଵା ବେଳେ କିଛି ଅପରାଧିକ ମାମଲା ରେ ତା ନାରେ ଜାମିନ ବିହୀନ ଗିରଫ ନିର୍ଦ୍ଧେଶ ମଧ୍ୟ ରହିଥିବା ଜଣା ପଡିଛି I ତେବେ ପୋଲିସ ର ଟାର୍ଗେଟରେ ରହିଥିବା ଏହି ପେସାଦାର ଅପରାଧିକୁ ଧରିବାରେ ପୋଲିସ ବାରମ୍ବାର ବିଫଳ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ଅଧିକାରୀ ଙ୍କ ପ୍ରଚେଷ୍ଟାରେ ସମ୍ପୃକ୍ତ ଅପରାଧୀକୁ ଧରାଯାଇ ଥିବାରୁ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ବିଭାଗ ତରଫରୁ ପ୍ରଶଂସା ଜିବା ସହ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ମଧ୍ୟ୍ୟ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I

nis-ad
Leave A Reply

Your email address will not be published.