ବୋଲେରୋ ଗାଡି ଧକ୍କାରେ ଶିଶୁ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍କ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଶ୍ରମୁଡ଼ି ଜାତୀୟ ରାଜପଥରେ ଜଣେ ଶିଶୁ ଉପରେ ଏକ ଦ୍ରୁତଗାମୀ ବଲେରୋ ଗାଡି ମାଡି ଯିବା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ ପ୍ରଧାନଙ୍କ ପୁତ୍ର ରିତେଶ ପ୍ରଧାନ । ରିତେଶ ମାମୁଁ ଘର ଗାଁ ଶ୍ରମୁଡ଼ିକୁ ଏକୋଶିଆ ଭୋଜିକୁ ଗତକାଲି ଆସିଥିଲେ । ଆଜି ରାସ୍ତା ପାର ହୋଇ ଆର ପଟକୁ ଯିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ବୋଲେରା ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ରିତେଶର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ଗାଡିଟି ପଳାଇ ଥିବା ବେଳେ ଘଟଣା ସ୍ଥଳରେ ଟିକାବାଲି ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣା ପଡିଛି।

nis-ad
Leave A Reply

Your email address will not be published.