ଉମେରକୋଟ : ସରକାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ଯେପରିକି ମୋ ସରକାର,5ଟି ସରକାର, ଇତ୍ୟାଦି,କିନ୍ତୁ ସରକାରଙ୍କର ସୁଯୋଗ ସୁବିଧା ଉଠାଇବାକୁ ଯାଇ ଲୋକଙ୍କ ପାଦର ଜୁତା ଛିଣ୍ଡି ଯାଉଛି ,ବିନା ଟଙ୍କା ରେ ପତ୍ରବି ହଲୁନି ଏଠାରେ ହନ୍ତସନ୍ତ ନିରୀହ ଜନତା, ଏଠାରେ
ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ, ଉମରକୋଟ ତହସିଲରେ ଏହା ଦେଖି ବାକୁ ମିଳିଛି ଏଭଳି ଏକ ସାଧାରଣ କାମ ପାଇଁ , ଯେଉଁ ଭଳି ଜନ୍ମ ପ୍ରମାଣ ପତ୍ର, ମୃତ୍ୟୁ ପ୍ରମାଣ ପତ୍ର ପାଇଁ ମାସ ମାସ ବୁଲି ବୁଲି ଥକି ଯାଉଛନ୍ତି, ସରକାରଙ୍କ ବିଭିନ୍ନ କାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି ଜନତା, ଖାଲି ଏତିକି ନୁହେଁ, ଜମି ଜାଗା ବିଷୟରେ ଡିମାରକେସନ କରି ୮, ୯ ମାସ ବୁଲୁଛନ୍ତି ସାଧାରଣ ଜନତା. ପିଅନ ଠାରୁ ତହସିଲଦାର ପ୍ରଯ୍ୟନ୍ତ ଦୁର୍ନୀତି ଟଙ୍କା ନଦେଲେ କୌଣସି ସମାଧାନ ହେଇପାରୁନାହିଁ,ଏଠାରେ ସୂଚନା ଥାଉକି ଗତ ବର୍ଷ ୯ -୯ -୨0୨୨ ତାରିଖ ଗୋଟିଏ ଖ୍ରୀଷ୍ଟିଆନ ଝିଅର ଶବଦାହକୁ ନେଇ ଉମରକୋଟ ସହରରେ ହୋଇ ଥିଲା ଲାଠି ଚାର୍ଜ ସେହି ଦିନଠାରୁ ସେମାନେ ଜାଗା ପାଇଁ ବାରମ୍ବାର ତହସିଲଦାରଙ୍କୁ ଅନୁରୋଧ କରିବା ସତ୍ତ୍ୱେ ତହସିଲଦାର କର୍ଣ୍ଣ ଗୋଚର କରୁନାହାନ୍ତି,ତହସିଲ ଦାର ମହାଶୟଙ୍କୁ ଏ ବିଷୟରେ ଆମ ଗଣ ମାଧ୍ୟମ ପ୍ରତିନିଧି ପଚାରିବାରୁ କହୁଛନ୍ତି R I ରିପୋର୍ଟ ଦେବାରେ ବିଳମ୍ବ କରୁଛନ୍ତି, ଉମରକୋଟ ତହସିଲର ସମସ୍ତ R I ମାନଙ୍କ ଉପରେ ଜନତା ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି,ବର୍ତ୍ତମାନ ଉମରକୋଟ ବୁଦ୍ଧିଯିବି, ଏବଂ ସାଧାରଣ ଜନତା କହିବା କଥା R I ଏବଂ ତହସିଲଦାରଙ୍କ ଭିତରେ ଦେବା ନେବାର ମଧୁ ଚନ୍ଦ୍ରିକା ଚାଲିଛି ସେଥିପାଇଁ ଉମରକୋଟ ତହସିଲର କୌଣସି କାର୍ଯ୍ୟ ତରାନିତ୍ ହେଉନାହିଁ,ଏଠାରେ କୌଣସି କାର୍ଯ୍ୟ ଶୀଘ୍ର ହେଉନାହିଁ ବହୁ ସରକାରୀ କାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି, ମୁଖ୍ୟତଃ ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ଜମି ଡିମାରକେସନ କରି ମାସ ମାସ ବୁଲିବା ଭିତରେ ଅନ୍ୟ ବ୍ୟକ୍ତି ଜାଗା ଅକ୍ତିଆର କରିବାକୁ ଚେଷ୍ଟା କରିବା ଦ୍ୱାରା ଉଭୟ ପାର୍ଟି ଭିତରେ ଗଣ୍ଡ ଗୋଲ ହଣାକଟା ହେଉଛନ୍ତି ଏହା ପାଇଁ ଦାୟି କିଏ..? ଏଠାରେ ଖଷ୍ଟୀୟlନ ସମାଜର ଲୋକ ମାସ ମାସ ଧରି ଧାଉଛନ୍ତି ଟିକିଏ ଜାଗା ପାଇଁ, କିନ୍ତୁ ଏତେ ବଡ଼ ଅଞ୍ଚଳ ଭିତରେ ଟିକିଏ ଜାଗା ମିଳୁ ନାହିଁ ସମାଧିପାଇଁ, ଗୋଟିଏ ଝିଅକୁ ନେଇ ହେଇ ଥିଲା ଦଙ୍ଗା ଗଣ୍ଡଗୋଳ, ଏବଂ ଲାଠି ଚାର୍ଜ, ଆଗାମୀ ଦିନରେ ଏଭଳି ଲାଠି ଚାର୍ଜ ହେବ ନାହିଁ ତୋ..?ଉମରକୋଟ ଅଂଚଳରେ ସରକାରୀ, ଗୋଚର ଜମି ଓ ପତିତ ଗ୍ରାମ କଣ୍ଟକ ଜାଗା ଏବେ ଜବର ଦଖଲ ରେ l ଜମି ମାଫିଆ ଙ୍କ କବ୍ଜଜା ରେ ସରକାରୀ ଜମି ତଥାପି ତହସିଲଦାର ସବୁ ଜାଣି ଚୁପ l ଅର ଆଇ ମାନଙ୍କୁ ହାତ ବାରିସୀ କରି କୋଟି କୋଟି ତାଙ୍କର ମୂଲ୍ୟ ବାନ ଜାଗା ମାଫିଆ ମାନେ ମାଡି ବସୁଛନ୍ତି ସାଙ୍ଗ ମାଛ ଦରରେ ବି ଦେନ ନେଣ ହେଉଥିବା ଅଭିଯୋଗ ହେଉଛି, ଏଠାରେ ସାଧାରଣ ବ୍ୟକ୍ତି ଟିଏ ଯଦି କୌଣସି ସରକାରୀ ଜାଗାରେ କୁଡ଼ିଆ ଟିଏ କରିଛି ସଙ୍ଗେ ସଙ୍ଗେ ତାକୁ ଭାଙ୍ଗି ଦିଆ ଯାଉଛି କିନ୍ତୁ ମୁଷ୍ଟିମେୟ ବ୍ୟକ୍ତିର କୋଠା ଘର ଉପରେ ତହସିଲଦାର ଙ୍କ ନଜର ନାହିଁ କାରଣ ସେଠାରୁ ପାଉଛନ୍ତି ମୋଟା ଅଙ୍କର ଟଙ୍କା l ଉମେରକୋଟ ତହସିଲ ଅଂଚଳରେ କାର୍ଯ୍ୟ କରୁ ଥିବା ଅର. ଆଇ ମାନେ ଜଣେ ଜଣେ କୁବେର କହିଲେ କିଛି ଭୁଲ ହେବ ନାହିଁ ଏହି ମାନଙ୍କ ଜରିଆରେ ବାବୁ ମାନେ ଖୁସ l ଲୋକଙ୍କ ଶବ ଦାହ କରିବାକୁ ପ୍ରଶାସନ ଜାଗା ଟିଏ ଦେଇ ପାରୁନି କିନ୍ତୁ ଜମି ମାଫିଆ ମାନଙ୍କୁ ସରକାରୀ ଜାଗା କୁ ଅତି ଚତୁରତା ସହିତ କିସମ ବଦଳାଇ ଶାଗ ମାଛ ଦରରେ ଦିଆ ଯାଉଛି ତେଣୁ ଏଥି ପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ସହିତ ଉମେରକୋଟ ତହସିଲ କୁ ଭିଜିଲାନ୍ସ ତଦନ୍ତ ଅନ୍ତର୍ଭୁକ୍ତ କରାଇଲେ ଅସଲ ମୂଖା ପଦାକୁ ଆସିବା ସହିତ ସରକାରୀ ଜାଗା ମାଫିଆ କବଳରୁ ମୁକ୍ତି ପାଇବା ସହିତ ଏଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦାଉରୁ ସାଧାରଣ ଜନତା ତ୍ରାହି ପାଇଁ ପାରନ୍ତେ ବୋଲି ବୁଦ୍ଧି ଜୀବି ତଥା ସାଧାରଣ ରେ ଦାବୀ ହେଉଛି
Sign in
Sign in
Recover your password.
A password will be e-mailed to you.